Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ହେବ ୟୁଜି, ପିଜି ପରୀକ୍ଷା

ନୂଆଦିଲ୍ଲୀ: ୟୁଜି, ପିଜି ପରୀକ୍ଷାକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିକୋର୍ଟ। ପୂର୍ବ ଧାର୍ଯ୍ୟ ସମୟ ଅନୁସାରେ ହେବ ୟୁଜି, ପିଜି ପରୀକ୍ଷା। ଆଜି ସୁପ୍ରିମକୋର୍ଟ ୟୁଜି, ପିଜି ପରୀକ୍ଷା ପ୍ରସଙ୍ଗକୁ ନେଇ କହିଛନ୍ତି ଯେ, ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିହେବନି। କରୋନା କାଳରେ ପରୀକ୍ଷା ତାରିଖ ରାଜ୍ୟ ସରକାର ସ୍ଥିର କରି ପାରିବେ। ତାରିଖକୁ ନେଇ ୟୁଜିସି ସହ ଆଲୋଚନା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପରୀକ୍ଷା ବାତିଲ ନେଇ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରି ଏଭଳି ରାୟ ଶୁଣାଇଛନ୍ତି।

ବିଚାରପତି ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡି ଓ ଏମ୍‌ଆର ଶାହଙ୍କ ଖଣ୍ଡପୀଠ ଶୁଣାଣିରେ କହିଛନ୍ତି ଯେ, ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ର କଥା। ରାଜ୍ୟ ସରକାରଙ୍କ ପାଖରେ ପରୀକ୍ଷା ରଦ୍ଦ କରିବାର କ୍ଷମତା ରହିଛି ହେଲେ ବିନା ପରୀକ୍ଷାରେ ଛାତ୍ରଛାତ୍ରୀ ପାସ୍‌ କରି ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

କରୋନା କାଳରେ ଓଡ଼ିଶା ସମେତ ଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବ, ହରିୟାଣା, ଓ ମଧ୍ୟପ୍ରଦେଶ ସରକାର ପରୀକ୍ଷା ବାତିଲ କରିବା ପାଇଁ ୟୁଜିସିକୁ ଚିଠି ଲେଖିଥିଲେ।

Comments are closed.