Odisha Link
Bridging the Missing Links in Odisha

ସୁସ୍ଥ ହେଲେ ଅମିତ ଶାହା

ନୂଆଦିଲ୍ଲୀ: ସୁସ୍ଥ ହେଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଅମିତ ଶାହା ସୁସ୍ଥ ହେବା ନେଇ ଦିଲ୍ଲୀ ଏମ୍ସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଶାହା କରୋନା ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସ୍‌ରେ ଚିକିତ୍ସାଧୀନ ଥିଲେ। ଖୁବ୍‌ ଶୀଘ୍ର ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ନେଇ ହସ୍ପିଟାଲରୁ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଆକ୍ରାନ୍ତ ହେବା ପରେ ପ୍ରଥମେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେ ସୁସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି ।  ଅଗଷ୍ଟ ୧୮ରେ ଅମିତ ଶାହା କରୋନା ଆକ୍ରାନ୍ତ ହୋଇଥିଲେ।

 ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨ ତାରିଖରେ ଶାହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରେ ୧୪ ସେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ସଂକ୍ରମଣ ଜନିତ ଆଉ କିଛି ସମସ୍ୟା ହେବା ପରେ ତାଙ୍କୁ ପୁଣି ୧୮ ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

Comments are closed.