Odisha Link
Bridging the Missing Links in Odisha

ହାଜତ ମୃତ୍ୟୁ ମାମଲା: ଏଏସ୍ଆଇ ଓ କନେଷ୍ଟବଲ୍ ନିଲମ୍ବିତ

ଜୟପୁର : କୋରାପୁଟ ଜୟପୁର ସଦର ଥାନା ଗ‌ଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ହାଜତ ମୃତ୍ୟୁ ମାମଲାରେ ଏଏସ୍ଆଇ ଓ କନେଷ୍ଟବଲ୍ ନିଲମ୍ବିତ। ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୁ କାର୍ଯ୍ୟରତ କନେଷ୍ଟବଲ୍ ଡି କେ ମାଝି ଓ ଏଏସ୍ଆଇ ସପନ ସରକାରଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନାଯୋଗ୍ୟ, ଅଭିଯୁକ୍ତ ବେକରେ ଚିରା ବେଡସିଟ ଗୁଡ଼ାଇ ପାଇଖାନାରେ ଆତ୍ମହତ୍ୟା କରିଥିବା ପୁଲିସ ଗତକାଲି ସୂଚନା ଦେଇଥିଲା। ମୃତକ ଜଣଙ୍କ ହେଲେ ରାଜସ୍ଥାନ ନାଗୁର ଜିଲ୍ଲା କାଥୋଡି ନଗର ଅଞ୍ଚଳର ଗୋପାଳ ରାମ(୪୪)। ଗତକାଲି ସକାଳ ପ୍ରାୟ ୫ଟା ୩୦ ବେଳେ ପାଇଖାନାକୁ ଯିବାକୁ କହି ଏଭଳି କାର୍ଯ୍ୟ କରିଥିଲେ ଅଭିଯୁକ୍ତ। ଏହାକୁ ଗୁରୁତ୍ବର ସହ ନେଇ ଜୟପୁର ଏସଡିପିଓ ବରୁଣ ଗୁଣ୍ଠୁପାଲି, ଲକ୍ଷ୍ମୀପୁର ଏସଡିପିଓ ଏ. କେ. ନାୟକ ଓ ବୋରିଗୁମ୍ମା ଏସଡିପିଓ ଏଚ.କେ. ମାଝି ତନାଘନା କରିଥିଲେ। ଏହା ସହ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଥ୍ୟ ସଂଗ୍ରହ କରିଥିଲେ। ସଦର ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ଜାରି ରହିଥିବା ବେଳେ ଏହାର ତଦନ୍ତଭାର ଲକ୍ଷ୍ମୀପୁର ଏସଡିପିଓ ଏ.କେ. ନାୟକଙ୍କୁ ଦିଆଯାଇଛି।

Comments are closed.