ଭୁବନେଶ୍ବରରେ ନିରାଡମ୍ବରରେ ହେବ ପୂଜା

ଭୁବନେଶ୍ବର: ଭୁବନେଶ୍ବରରେ ବିନା ଆଡମ୍ବରରେ ପୂଜା ହେବାକୁ ନିଷ୍ପତ୍ତି। ବିନା ଆଡମ୍ବରରେ ପୂଜା ହେବାକୁ ନେଇ ବିଭିନ୍ନ ପୂଜା କମିଟି ସହ ପୋଲିସ କମିଶନରଙ୍କର ବୈଠକରେ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ମୁତାବକ, ପୂଜାରେ ତୋରଣ ଓ ଆଲୋକମାଳା, ମାଇକ ଲଗାଯିବନି। କେବଳ ମନ୍ତ୍ରପାଠ ପାଇଁ ମାଇକ ଲାଗିବ କି ନାହିଁ ତାହା ବିଚାର କରାଯିବ। ପୂଜା କମିଟିର ମାତ୍ର ୧୦ ଜଣଙ୍କୁ ନେଇ ପୂଜା କରାଯିବ। ରାବଣ ପୋଡି କିମ୍ବା ଭସାଣୀ ଉତ୍ସବ ହେବ ନାହିଁ। ନିରାଡମ୍ବରରେ ମୂର୍ତ୍ତି ବିସର୍ଜନ କରାଯିବା ନେଇ ବୈଠକକରେ ନିଷ୍ପତ୍ତି କରାଯାଇଛି। ଏନେଇ ପୋଲିସ କମିଶନରଙ୍କର ସୂଚନା ଦେଇଛନ୍ତି।
ପୂଜା ପାଇଁ ଘର ଘର ବୁଲି ଚାନ୍ଦା ଆଦାୟ କରାଯିବ ନାହିଁ। ସ୍ବଇଚ୍ଛାର ଯିଏ ଯାହା ଦେବେ। ଏଥିସହ ଲୋକ ମଣ୍ଡପକୁ ନ ଆସି, ଘରେ ରହି ପୂଜା ପାଳନ କରିବେ। ଚଳିତ ବର୍ଷ ମୂର୍ତ୍ତିର ଉଚ୍ଛତା ନିର୍ଦ୍ଦିଷ୍ଟ ରହିବ। ୪ରୁ ୫ ଫୁଟ ମଧ୍ୟରେ ମୂର୍ତ୍ତିର ଉଚ୍ଛତା ହେବ।