ପରଲୋକରେ ପ୍ରଣବ ମୁଖାର୍ଜୀ: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ପରଲୋକ। ୮୪ ବର୍ଷ ବୟସରେ ଭାରତୀୟ ସେନା ହସ୍ପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି। କିଛିଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେବା ସହ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ। ମାତ୍ର ସେଠାରେ ଯାଞ୍ଚ ବେଳେ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବା ସୂଚନା ମିିଳିଥିଲା ଓ ତାହାର ଅପରେସନ କରାଯାଇଥିଲା। ଅପରେସନ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା। ତାଙ୍କୁ ଜୀବନରକ୍ଷା ପ୍ରଣାଳୀ (ଭେଣ୍ଟିଲେଟର)ରେ ରଖା ଯାଇଥିଲା। ଆଜି ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ତାଙ୍କର ପୁଅ ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ପୂର୍ବତନ ରାଷ୍ଟ୍ରପତିଙ୍କ ବିୟୋଗରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶୋକ। ତାଙ୍କ ଦେହାନ୍ତ ଏକ ଯୁଗର ଅନ୍ତ ବୋଲି ସେ କହିଛନ୍ତି। ଜାତି ନିଜର ଜଣେ ମୂଲ୍ୟବାନ ପୁଅକୁ ହରାଇ ଶୋକ କରୁଛି। ପ୍ରଥମ ନାଗରିକ ଭାବେ ରାଷ୍ଟ୍ରପତି ଭବନକୁ ଲୋକଙ୍କ ସେ ନିକଟତର କରିଥିଲେ। ମହାମହିମ ଶଦ୍ଦର ବ୍ୟବହାର ବନ୍ଦ କରିବା ତାଙ୍କର ଐତିହାସିକ ନିଷ୍ପତ୍ତି ଥିଲା। ପ୍ରଣବ ପରିବାର, ବନ୍ଧୁ ଓ ସମସ୍ତ ନାଗରିକଙ୍କୁ ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।
As the First Citizen, he continued to connect with everyone, bringing Rashtrapati Bhavan closer to the people. He opened its gates for public visit. His decision to discontinue the use of the honorific 'His Excellency' was historic.
— President of India (@rashtrapatibhvn) August 31, 2020
ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟ୍ବିଟ କରି ଲେଖିଛନ୍ତି, ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଭାରତ ଦୁଃଖିତ। ସେ ଆମ ଦେଶର ବିକାଶ ପଥରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି। ସେ ରାଜନୈତିକ କ୍ଷେତ୍ର ତଥା ସମାଜର ସମସ୍ତ ବିଭାଗ ଦ୍ୱାରା ପ୍ରଶଂସିତ ହୋଇଥିଲେ।
India grieves the passing away of Bharat Ratna Shri Pranab Mukherjee. He has left an indelible mark on the development trajectory of our nation. A scholar par excellence, a towering statesman, he was admired across the political spectrum and by all sections of society. pic.twitter.com/gz6rwQbxi6
— Narendra Modi (@narendramodi) August 31, 2020
Comments are closed.