Odisha Link
Bridging the Missing Links in Odisha

ଆସିଲା ଅନ୍‌ଲକ୍୪ କଟକଣା: ହଟିଲା ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ବର: ଅନ୍‌ଲକ୍୪ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଜାରି ପରେ ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି। ସେପ୍ଟେମ୍ବର ଗାଇଡଲାଇନ୍ ମୁତାମକ ନାଇଟ୍‌ କର୍ଫ୍ୟୁ ହଟାଇ ଦିଆଯାଇଛି। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟରେସମସ୍ତ ଧାର୍ମିକସ୍ଥଳ ତଥା ଧର୍ମାନୁଷ୍ଠାନ ବନ୍ଦ ରହିବ। ଏଥିସହ ସିନେମା ହଲ୍‌, ସୁଇମିଂ ପୁଲ୍, ଥିଏଟର୍‌ ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି। ସେହିପରି ଓପନ୍‌ ଏହାର ଥିଏଟର୍‌ ଖୋଲିବାକୁ ଅନୁମତି ଦିଆଯିବ ବୋଲି କୁହାଯାଇଛି।

ସେପ୍ଟେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ମଧ୍ୟ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଏଥିସହ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍‌ ଜାରି ରହିବ ଏବଂ ସ୍ଥାନୀୟ ଅଧିକାରୀ କଣ୍ଟେନମେଣ୍ଟ ଜୋନ୍ ନିଷ୍ପତ୍ତି ନେବେ। କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଜିଲା ଓ ସବ୍‌ଡିଭିଜନ୍‌ରେ ଲକ୍‌ଡାଉନ୍ ଲାଗୁ ହେବ ନାହିଁ ‌ବୋଲି ରାଜ୍ୟ ସରକାର ଅନ୍‌ଲକ୍୪ ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ ୨୧ ସେପ୍ଟେମ୍ବରରୁ ରାଜ୍ୟରେ ମୁକ୍ତାକାଶ ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ସିନେମା ହଲ, ବାର, ଅଡିଟୋରିୟମ, ସ୍ୱିମିଂ ପୁଲ, ମନୋରଂଜନ କଂପ୍ଲେକ୍ସ, ଖୋଲିବାକୁ ଅନୁମତି ଦିଆଯାଇନାହିଁ। ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନକୁ ଅନୁମତି ଦିଆଯାଇନାହିଁ।  ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୂଜାଛୁଟି ପର୍ଯ୍ୟନ୍ତ ପୂର୍ବରୁ ହିଁ ବନ୍ଦ କରାଯାଇଛି।

Comments are closed.