Odisha Link
Bridging the Missing Links in Odisha

କରୋନା କଟକଣା ଭିତରେ ଆଜିଠୁ ଜେଇଇ ମେନ୍‌ ପରୀକ୍ଷା

ଭୁବନେଶ୍ୱର : କରୋନା କଟକଣା ଭିତରେ ଆଜିଠୁ ଜେଇଇ ମେନ୍ ପ୍ରବେଶିକା ପରୀକ୍ଷା ଆରମ୍ଭ। ଏହି ପରୀକ୍ଷା ଆସନ୍ତା ୬ ତାରିଖ ଯାଏଁ ଚାଲିବ। ଚଳିତ ବର୍ଷ ଜାତୀୟସ୍ତରରେ ୯,୫୩, ୪୭୩ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରି ଥିବାବେଳେ ରାଜ୍ୟରୁ ୩୮,୨୩୬ ଜଣ ବିଦ୍ୟାର୍ଥୀ ଅଛନ୍ତି। ତେବେ କମ୍ପ୍ୟୁଟର ବେସ୍‍ ଟେଷ୍ଟ (ସିବିଟି) ପଦ୍ଧତିରେ ପରୀକ୍ଷା କରାଯିବ। ଏଥିପାଇଁ ଦେଶ ଓ ବିଦେଶରେ ୬୬୦ ପରୀକ୍ଷା କେନ୍ଦ୍ର କରାଯାଇଛି।

ପରୀକ୍ଷା ଦୁଇଟି ସିଟିଂରେ ହେବ। ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୨ଟାରେ ସରିବ। ଏଥିପାଇଁ ପରୀକ୍ଷାର୍ଥୀମାନେ ସକାଳ ୭ଟା ୪୦ମିନିଟ୍‌ରେ କେନ୍ଦ୍ରରେ ପହଞ୍ଚି ରିପୋର୍ଟିଂ କରିଛନ୍ତି। ସେଣ୍ଟର ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ଦ୍ୱିତୀୟ ସିଟିଂ ଅପରାହ୍ଣ ୩ଟାରେ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ସରିବ। ମାତ୍ର ପରୀକ୍ଷାର୍ଥୀମାନଙ୍କୁ ଅପରାହ୍ନ ୧ଟା ୪୦ରୁ ରିପୋର୍ଟିଂ କରିବାକୁ ପଡ଼ିବ।

ଓଡ଼ିଶାର ୭ଟି ସହର ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ଢେଙ୍କାନାଳ, ରାଉରକେଲା ଏବଂ ବାଲେଶ୍ୱରରେ ସମୁଦାୟ ୨୬ଟି ପରୀକ୍ଷା କେନ୍ଦ୍ର ହୋଇଛି। କରୋନ ମହାମାରୀ କାରଣରୁ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ଉଭୟ ସେଣ୍ଟର ବାହାରେ ଓ ଭିତରେ ସାମାଜିକ ଦୂରତା ରକ୍ଷା ଲାଗି ସବୁ ପ୍ରକାର ବନ୍ଦୋବସ୍ତ ହୋଇଛି। ଛାତ୍ରଛାତ୍ରୀ ହଲ୍ ଭିତରକୁ ୫୦ ମିଲିମଟର ହ୍ୟାଣ୍ଡ୍ ସାନିଟାଇଜର୍ ଓ ଟ୍ରାନ୍ସପରେଣ୍ଟ୍ ପାଣି ବୋତଲ ନେଇ ପାରିବେ।

Comments are closed.