Odisha Link
Bridging the Missing Links in Odisha

୫ ମାସ ପରେ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ଭୁବନେଶ୍ବର: ରାଜ୍ୟରେ ଆଜିଠୁ ଲାଗୁ ହୋଇଛି ଅନ୍‌ଲକ୍-୪ କଟକଣା। ଏହାରି ମଧ୍ୟରେ କରୋନା କଟକଣା ମଧ୍ୟରେ ୫ମାସରୁ ଉର୍ଦ୍ଧ୍ବ ସମୟ ପରେ ଆଜି ଖୋଳଇଛି ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିର। ଆଜି ଗାଇଡଲାଇନ୍‌ ଅନୁସାରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ମନ୍ଦିର।

ମହାମାରୀ କରୋନା ସଂକ୍ରମଣକୁ ନଜରରେ ରଖି ଦୈନିକ ୨୫ଶହ ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳିବ। ଦିନ ୧ଟା ପର୍ଯ୍ୟନ୍ତ ୧୫ଶହ ଓ ଏବଂ ଅପରାହ୍ନରେ ଆଉ ୧ ହଜାର ଦର୍ଶକଙ୍କୁ ମନ୍ଦିର ଯିବାକୁ ଅନୁମତି ମିଳିବ।

ଏଥିସହିତ କରୋନା କଟକଣାକୁ ନଜରରେ ରଖି ପର୍ଯ୍ୟଟକଙ୍କ ପାଇଁ ବାରକୋଡର ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ପ୍ରବେଶ କରୁଥିବା ସମସ୍ତ ପର୍ଯ୍ୟଟକଙ୍କ ସ୍କ୍ରିନିଂ ସହ କେନ୍ଦ୍ର ସରକାରଙ୍କ ସମସ୍ତ ଗାଇଡଲାଇନ୍‌ କଡ଼ାକଡ଼ି ପାଳନ କରାଯିବ ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି।

Comments are closed.