Odisha Link
Bridging the Missing Links in Odisha

ପରଲୋକରେ ପ୍ରଣବ: ୭ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କଲା କେନ୍ଦ୍ର

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ପରଲୋକ। ୮୪ ବର୍ଷ ବୟସରେ ଭାରତୀୟ ସେନା ହସ୍ପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି। କିଛିଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେବା ସହ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ। ମାତ୍ର ସେଠାରେ ଯାଞ୍ଚ ବେଳେ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବା ସୂଚନା ମିିଳିଥିଲା ଓ ତାହାର ଅପରେସନ କରାଯାଇଥିଲା। ଅପରେସନ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା। ତାଙ୍କୁ ଜୀବନରକ୍ଷା ପ୍ରଣାଳୀ (ଭେଣ୍ଟିଲେଟର)ରେ ରଖା ଯାଇଥିଲା। ଆଜି ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ତାଙ୍କର ପୁଅ ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ପ୍ରଣବଙ୍କ ବିୟୋଗରେ କେନ୍ଦ୍ର ସରକାର ୭ ଦିନ ଜାତୀୟ ଶୋକ ଘୋଷଣା କରିଛନ୍ତି। ଦେଶର ସବୁ ସରକାରୀ ଓ ଘରୋଇ ଅନୁଷ୍ଠାନରେ ଜାତୀୟ ପତାକା ଅର୍ଦ୍ଧନମିତ ରଖାଯିବା ସହ ସମସ୍ତ ସରକାରୀ ଉତ୍ସବ ଓ କାର୍ଯ୍ୟକ୍ରମ ବନ୍ଦ ରହିବ। ପ୍ରଣବ ଗତ ଅଗଷ୍ଟ ୧୦ ତାରିଖ ଦିନ ଦିଲ୍ଲୀ କ୍ୟାଣ୍ଟନମେଣ୍ଟସ୍ଥିତ ଆର୍ମି ରିସର୍ଚ୍ଚ ଏଣ୍ଡ ରେଫରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ମସ୍ତିଷ୍କରେ ଜମାଟ ରକ୍ତ ଅସ୍ତ୍ରୋପଚାର କରାଯାଇଥିଲା।

Comments are closed.