Odisha Link
Bridging the Missing Links in Odisha

ପ୍ରଣବଙ୍କୁ ଶେଷ ଦର୍ଶନ କଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଆଜି ସାରା ଦେଶ ଜଣାଉଛି ଶେଷ ବିଦାୟ। ଆଜି ଦିଲ୍ଲୀର ଲୋଧୀ ରୋଡରେ ଆପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ତାଙ୍କର ହେବ ଅନ୍ତିମ ସଂସ୍କାର। ପଂଚଭୂତରେ ବିଲୀନ ହେବ ପ୍ରଣବ ଦାଙ୍କ ପାର୍ଥିବ ଶରୀର। ଆଜି ଦିଲ୍ଲୀର ସେନା ଡାକ୍ତରଖାନାରୁ ଦିଲ୍ଲୀର ୧୦ ଜନପଥ ନିକଟ ରାଜାଜୀ ମାର୍ଗରେ ଥିବା ତାଙ୍କର ବାସଭବନକୁ ପ୍ରଣବ ଦାଙ୍କ ପାର୍ଥିବ ଶରୀର ଅଣାଯାଇଛି। କଡା ସୁରକ୍ଷା ମଧ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରୁଛନ୍ତି।

ଏହି ଅବସରରେ ରାଜାଜୀ ମାର୍ଗରେ ସ୍ଥିତ ତାଙ୍କ ବାସସ୍ଥଳୀରେ ପହଞ୍ଚି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ ଉପରାଷ୍ଟ୍ରପତି ଓ ଅନ୍ୟ ବହୁ ବରିଷ୍ଠ ରାଜ ନେତାମାନେ ପ୍ରଣବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଏହା ପୂର୍ବରୁ ସମସ୍ତ ଅଂଚଳକୁ ସାନିଟାଇଜ କରାଯାଇଛି।

Comments are closed.