Odisha Link
Bridging the Missing Links in Odisha

କରୋନା : ରାଜ୍ୟରେ ୩୦୨୫ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୦୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୬୫୬୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୪୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୧୮୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୮, ବାଲେଶ୍ୱରରୁ ୪୦, ବରଗଡ଼ରୁ ୬୧, ଭଦ୍ରକରୁ ୯୪, ବଲାଙ୍ଗୀରରୁ ୨୪, ବୌଦ୍ଧରୁ ୯, କଟକରୁ ୩୧୨, ଦେଓଗଡ଼ରୁ ୧, ଢେଙ୍କାନାଳରୁ ୧୩୨, ଗଜପତିରୁ ୨୯, ଗଞ୍ଜାମରୁ ୨୦୭, ଜଗତସିଂହପୁରରୁ ୭୮, ଯାଜପୁରରୁ ୮୫, ଝାରସୁଗୁଡ଼ାରୁ ୫୯, କଳାହାଣ୍ଡିରୁ ୮୨, କନ୍ଧମାଳରୁ ୨୨, କେନ୍ଦ୍ରାପଡ଼ାରୁ ୧୨୮, କେନ୍ଦୁଝରରୁ ୫୦, ଖୋର୍ଦ୍ଧାରୁ ୬୬୬, କୋରାପୁଟରୁ ୧୩୯, ମାଲକାନଗିରିରୁ ୩୨, ମୟୁରଭଞ୍ଜରୁ ୨୧୫, ନବରଙ୍ଗପୁରରୁ ୪୬, ନୟାଗଡରୁ ୬୭, ନୂଆପଡ଼ାରୁ ୭୯, ପୁରୀରୁ ୧୩୬, ରାୟଗଡ଼ାରୁ ୧୩ଜଣ, ସମ୍ବଲପୁରରୁ ୮୩, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୫୬ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୬୫୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୮୭୧୯ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ୭୭୨୮୮୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments are closed.