Odisha Link
Bridging the Missing Links in Odisha

ଶନିବାର ସରକାରୀ ଅଫିସ୍‌ ଛୁଟି, ୫୦% କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ୍

ଭୁବନେଶ୍ବର: ସେପ୍ଟେମ୍ବର ମାସରେ ଶନିବାର ସରକାରୀ ଅଫିସ୍‌ ଛୁଟି ରହିବ। ବାକି ଦିନରେ ଭୁବନେଶ୍ୱର ଓ କଟକର ସମସ୍ତ ଅଫିସ୍‌ ଖୋଲା ରହିବ। ୫୦% କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିବ। ଗ୍ରୁପ୍‌ ଏ ଅଧିକାରୀମାନେ ଅଫିସ୍‌ ଆସିବା ସହ କେଉଁ ୫୦% କର୍ମଚାରୀ କେବେ ଆସିବେ ତାହା ଜଣାଇବେ। ମାତ୍ର‌ ଏସ୍‌ଆରସି ଅଫିସ, ଓସ୍‌ଡମା, ପୁଲିସ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ପୌରସଂସ୍ଥା ଅଫିସଗୁଡ଼ିକରେ ଶତ ପ୍ରତିଶତ କର୍ମଚାରୀ ଅଫିସ୍‌ ଆସିବେ।

ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ମାସକ ପାଇଁ ସମସ୍ତ ସରକାରୀ କର୍ମଚାରୀ ରୋଷ୍ଟର୍‌ ଆଧାରରେ ଅଫିସ ଆସିବେ। ଯେଉଁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଭିପିଏନ୍‌ ବ୍ୟବସ୍ଥା ଯୋଗାଇ ଦିଆଯାଇଛି, ସେସବୁ କର୍ମଚାରୀମାନେ ଘରୁ କାମ କରିପାରିବେ। ଅତ୍ୟାବଶ୍ୟକ ପଡ଼ିଲେ ସରକାରୀ କାର୍ଯ୍ୟ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ପଡ଼ିବ। ସେଥିପାଇଁ ସମସ୍ତ କର୍ମଚାରୀ ଟେଲିଫୋନ୍‌ ଓ ମୋବାଇଲ ଫୋନ୍‌ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଫିସ୍‌ ଆସୁଥିବା କର୍ମଚାରୀମାନେ କୋଭିଡ୍‌ ସଂକ୍ରମଣ ପ୍ରତିହତ ପାଇଁ ଥିବା ସମସ୍ତ ପ୍ରକାର ସତର୍କତା ନିୟମ ଅନୁପାଳନ କରିବାକୁ ପ୍ରମୁଖ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Comments are closed.