Odisha Link
Bridging the Missing Links in Odisha

ହାତୀ ଦାନ୍ତ ଚୋରା ଚାଲାଣ ବେଳେ ୩ ମାଫିଆ ଗିରଫ

କେନ୍ଦୁଝର: ବନ ବିଭାଗକୁ ମିଳିଛି ସଫଳତା। କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ବନ ବିଭାଗ ଚଢାଉ ବେଳେ ହାତୀ ଦାନ୍ତ ଜବତ କରିବା ସହ ୩ ଜଣ ମାଫିଆଙ୍କୁ ଗିରଫ କରିଛି।

ପ୍ରକାଶ ଯେ, ହାତୀ ଦାନ୍ତ ଚୋରା ଚାଲାଣ ସମୟରେ ଆନନ୍ଦପୁର ବନ ବିଭାଗ ତରଫ ଚଢାଉ କରାଯାଇଥିଲା। ଚଢାଉ ବେଳେ ୩ ଜଣ ମାଫିଆଙ୍କୁ କାବୁ କରିଛି ବନବିଭାଗ। ସେମାନଙ୍କ ନିକଟରୁ ୧୪ଖଣ୍ଡ ଦାନ୍ତ ଜବତ ହୋଇଥିବାବେଳେ ଚୋରା ଚାଲାଣରେ ବ୍ୟବହୃତ ଏକ କାରକୁ ମଧ୍ୟ ଜବତ କରିଛି ବନ ବିଭାଗ। ସୋମବାର ରାତିରେ ବିଶେଷ ସୂତ୍ରରୁ ଖବର ପାଇ ହରିଚନ୍ଦନପୁର ଥାନା ଅଞ୍ଚଳ ବାୟାପିଟା ଗାଁରେ ବନ ବିଭାଗ ତରଫରୁ ଚଢାଉ କରାଯାଇଥିଲା।

Comments are closed.