Odisha Link
Bridging the Missing Links in Odisha

ଶିମିଳିପାଳ ଜଙ୍ଗଲରୁ ହାତୀ ଛୁଆର ମୃତଦେହ ଉଦ୍ଧାର

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ଯଶିପୁର ଶିମିଳିପାଳ ବନାଞ୍ଚଳର ଜାତୀୟ ଉଦ୍ୟାନ ରେଞ୍ଜ ଅନ୍ତର୍ଗତ ଜାମୁଆଣି ସେକ୍ସନର ରାଜପାଳ ଗ୍ରାମ ନିକଟରେ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି।

ଏ ନେଇ ଖବର ପାଇ ଯଶୀପୁର ଜାତୀୟ ଉଦ୍ୟାନ ରେଞ୍ଜ ଅଧିକାରୀ, ଏସିଏଫ୍ ପ୍ରମୁଖ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚି ହାତୀ ଶାବକର ମୃତଦେହ ଉଦ୍ଧାର କରିଥିଲେ। ହାତୀ ଛୁଆର ବୟସ ୨ରୁ ୩ ବର୍ଷ ହେବା ବୋଲି ଜଣାପଡିଛି। ହାତୀ ଶାବକଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ଆନ୍ଥ୍ରାକ୍ସଜନିତ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

Comments are closed.