Odisha Link
Bridging the Missing Links in Odisha

ଡିଜିଟାଲ ଷ୍ଟ୍ରାଇକ୍‌: ପବ୍‌-ଜି ସମେତ ଆଉ ୧୧୮ ଆପ୍‌ ବ୍ୟାନ

ନୂଆଦିଲ୍ଲୀ: ପୁଣି ଆସିଲା ବଡ଼ ଖବର। କେନ୍ଦ୍ର ସରକାରଙ୍କର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ସୀମାରେ ଭାରତ-ଚୀନ ମଧ୍ୟରେ ଜାରି ରହିଥିବା ତିକ୍ତତା ମଧ୍ୟରେ କେନ୍ଦ୍ର ସରକାରଙ୍କର ଆଉ ଏକ ବଡ଼ ନିଷ୍ପତ୍ତି । ସବୁଠୁ ଅଧିକ ବୃବହୃତ ଗେମିଂ ମୋବାଇଲ ଆପ୍‌ ପବ୍‌-ଜି ଆପ୍‌ ସମେତ ୧୧୮ ମୋବାଇଲ ଆପ୍‌କୁ ବ୍ୟାନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ଆଇଟି ବିଭାଗ ଦେଲା ସୂଚନା।

ପୂର୍ବରୁ ଭାରତ ସରକାର ୫୯ଟି ଚାଇନା ଆପ୍‌କୁ ବ୍ୟାନ କରିଥିଲେ। ସେ ମଧ୍ୟରେ ଟିକ୍‌ ଟକ୍‌ ଭଳି ବହୁଳ ବ୍ୟବହୃତ ଆପ୍‌ ଗୁଡ଼ିକ ଥିଲା। ଏହାପରେ ଭାରତ ସରକାର ଆଉ ଏକ ଡିିଜିଟାଲ ଷ୍ଟ୍ରାଇକ୍‌ କରି ୪୭ଟି ଆପ୍‌କୁ ବ୍ୟାନ୍‌ କରିଥିଲେ।

ଆଜି ବ୍ୟାନ୍‌ ହୋଇଥିବା ଆପ୍‌ ଗୁଡ଼ିକ ମଧ୍ୟରେ ପବ୍-ଜି, ପବ୍-ଜି ଲାଇଟ୍, ଉଇ ଚାଟ୍, ଉଇ ରିଡିଙ୍ଗ୍, ଆପ୍‌ ଲକ୍‌ ଭଳି ମୋବାଇଲ ଆପକୁ ବ୍ୟାନ କରିଛନ୍ତି ଭାରତ ସରକାର। ଆଉ କେଉଁ କେଉଁ ଆପ୍‌ ବ୍ୟାନ୍‌ ହୋଇଛନ୍ତି ଜାଣନ୍ତୁ।

Comments are closed.