Odisha Link
Bridging the Missing Links in Odisha

ମୋ ପୁଅ ମୃତ୍ୟୁରେ ସଂପୃକ୍ତ ଅଛି ସାଇକୋ ଲେଡି : ଆଦିତ୍ୟଙ୍କ ମା

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି। ସାଇକୋ ଲେଡି ସଂପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଲେ ଆଦିତ୍ୟଙ୍କ ମା। ଆଦିତ୍ୟ ମୃତ୍ୟୁରେ ସଂପୃକ୍ତ ଯୁବତୀର ହାତ ଥିବା ସନ୍ଦେହ କଲେ। ସଂପୃକ୍ତ ଯୁବତୀ ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲା । ବାହା ନହେଲେ ହାତ କାଟି ଆତ୍ମହତ୍ୟା କରିବି ବୋଲି ଧମକ ଦେଉଥିଲା। ବିଦ୍ୟାଶ୍ରୀ ସହ ଆଦିତ୍ୟର ନିର୍ବନ୍ଧ ହେବା ଦିନ ସେ ଖୋଲା ଧମକ ଦେଇଥିଲା। ହାତ କାଟି କୋଡ଼ କାଟି ଆତ୍ମହତ୍ୟା କରିବି ବୋଲି ସେ କହିଥିଲା। ଠିକ ଜାଗାରେ ଠିକ ଲୋକ କହଞ୍ଚି ତୋତେ ମାରିବେ ବୋଲି କହିଥିଲା। ଆମେ ସନ୍ଦେହ କରୁଛୁ। ସେ ହିଁ ମୋ ପୁଅ ମୃତ୍ୟୁରେ ସଂପୃକ୍ତ ଅଛି। ଏନେଇ ସବୁ ତଥ୍ୟ କ୍ରାଇମବ୍ରଞ୍ଚକୁ ଦେଇଛୁ। ଦୋଷୀକୁ ଫାଶି ମିଳୁ ବୋଲି କହିଲେ ଆଦିତ୍ୟଙ୍କ ମା।

Comments are closed.