Odisha Link
Bridging the Missing Links in Odisha

ଛପା ହେବନି କ୍ୟାଲେଣ୍ଡର ଓ ଡାଏରୀ

ଭୁବନେଶ୍ବର: ଡିଜିଟାଲାଇଜେସନ୍‌କୁ ଗରୁତ୍ବ ଦେଇ ଆଉ ପାଦେ ଆଗେଇଛି ଭାରତ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏନେଇ ଏକ ଗୁରୁତ୍ବପୂର୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ଆଉ ଛପା ହେବ ନାହିଁ କ୍ୟାଲେଣ୍ଡର, ଡାଏରୀ ଓ ଗ୍ରୀଟିଙ୍ଗ୍ କାର୍ଡ। ଏନେଇ ସବୁ ମନ୍ତ୍ରାଳୟ ପାଇଁ ନିର୍ଦ୍ଦେଶନାମା ଜାରି କରିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ। କ୍ୟାଲେଣ୍ଡର, ଡାଏରୀ, ଗ୍ରୀଟିଙ୍ଗ୍ କାର୍ଡ ଆଦି ଡିଜିଟାଲ ପଦ୍ଧତିରେ କରିବାକୁ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଆଗୁଆ ଛପା ଯାଇଥାଏ ତେବେ ସେସବୁକୁ ଡିଜିଟାଲୀ ଅନ୍‌ଲାଇନ୍‌ କରିବାକୁ ପରାମର୍ଶ ଦିଆଯାଇଛି। ଜାରି ହୋଇଥିବା ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.