ତଦନ୍ତ ଚାଲିଛି, ପଦକ୍ଷେପ ନେବୁ: ଏଡିଜି

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ଏବେ ନୂଆ ମୋଡ଼ ନେଉଛି। ତଦନ୍ତ ନେଇ କ୍ରାଇମବ୍ରଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ତଦନ୍ତ ଚାଲିଛି, ଯିଏ ବି ଆସିବେ ଉଚିତ ପଦକ୍ଷେପ ନେବୁ।
ସୂଚନାଯୋଗ୍ୟ ଯେ, ଆଦିତ୍ୟଙ୍କ ବାପା ଓ ମାଙ୍କ ଅଭିଯୋଗ କ୍ରମେ ଜଣେ ସାଇକୋ ଲେଡ୍ଙ୍କ ହାତ ଥିବା ଅଭିଯୋଗ ଆସିଥିଲା। କିନ୍ତୁ ଗତକାଲି ସେହି ରହସ୍ୟମୟୀ ଯୁବତୀ ସାମ୍ନାକୁ ଆସି ନିଜର ବୟାନ ରଖିଥିଲେ। ସେ କହିଥିଲେ କି ଆଦିତ୍ୟଙ୍କ ସହ ତାଙ୍କର ସାଧାରଣ ପ୍ରେମ ସମ୍ପର୍କ ଥିଲା। କୌଣସି ଏକ ତରଫା ପ୍ରେମ ସମ୍ପର୍କ ନଥିଲା। ସାଇକୋ ଲେଡି ପୁରା ମିଛ । ଏହା ବିରୋଧରେ ସେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି । ଆଦିତ୍ୟଙ୍କ ବିବାହ ପରଠୁ ତାଙ୍କ ସହ କୌଣସି ସମ୍ପର୍କ ନଥିଲା। ଉଭୟଙ୍କ ମଧ୍ୟରେ ଫେସବୁକରୁ ସମ୍ପର୍କ ଥିଲା। ଆଦିତ୍ୟଙ୍କ ସହ ସୁସମ୍ପର୍କ ଥିଲା। ଏପରିକି ସେ ଆଦିତ୍ୟଙ୍କ ଆଶ୍ରମକୁ ମଧ୍ୟ ବୁଲି ଯାଇଥିବା କହିଛନ୍ତି।
Comments are closed.