Odisha Link
Bridging the Missing Links in Odisha

ଏଲଏସିରେ ମୁକାବିଲା ପାଇଁ ଯବାନ ପ୍ରସ୍ତୁତ : ସେନାଧ୍ୟକ୍ଷ ନାରାଓ୍ଵାଣେ

ଲେହ: ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଥିବାବେଳେ ସ୍ଥଳ ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନାରାଓ୍ଵାଣେ ଆଜି ବିଭିନ୍ନ ଫରଓ୍ଵାର୍ଡ ପୋଷ୍ଟ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ଅଫିସର ଓ ଜେସିଓମାନଙ୍କ ସହ ଆଲୋଚନା କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପରିଦର୍ଶନ ପରେ ସେ କହିଛନ୍ତି ଯେ, ଏଲଏସିରେ ସ୍ଥିତି ଗତ ୨-୩ ମାସ ହେଲା ଉତ୍ତେଜନାପୂର୍ଣ୍ଣ ରହିଛି। କିନ୍ତୁ ଆମ ଯବାନ ମାନେ ଉତ୍ସାହିତ ଅଛନ୍ତି ଓ ସବୁପ୍ରକାରର ସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି। ସେମାନେ ଦେଶକୁ ଗର୍ବିତ କରିବେ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଭାରତୀୟ ସୀମାର ସୁରକ୍ଷା କରିବାକୁ ଏଲଏସି ନିକଟରେ ଅତିରିକ୍ତ ଯବାନ ମୁତୟନ କରାଯାଇଛି। ତେବେ ଉତ୍ତେଜନା ହ୍ରାସ ପାଇଁ ଚୀନ ସହ ମିଲିଟାରୀ କମାଣ୍ଡର ଓ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି। ଏସବୁ ଉଦ୍ୟମର ସକାରାତ୍ମକ ଫଳ ମିଳିବା ଆଶା କରାଯାଉଛି। ବିବାଦର ସମାଧାନ ହେବା ପର୍ଯ୍ୟନ୍ତ ଏପରି ଉଦ୍ୟମ ଜାରି ରହିବ। କିନ୍ତୁ ଜାତୀୟ ସ୍ୱାର୍ଥର ସୁରକ୍ଷା କରାଯିବା ସହ ସ୍ଥିତାବସ୍ଥା ବଜାୟ ରଖାଯିବ।

Comments are closed.