Odisha Link
Bridging the Missing Links in Odisha

ରାଜଦ୍ରୋହ ମାମଲା: ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେଲା ୟୁପି ପୁଲିସ

ସାଲେପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କିଛି ଧାର୍ମିକ ନେତାଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଘୃଣ୍ୟ ବାର୍ତ୍ତା ପୋଷ୍ଟ କରିବା ମାମଲାରେ ଓଡ଼ିଶାର କଟକ ଜିଲ୍ଲା ସାଲେପୁର ଥାନା କୁସମ୍ବୀ ଗ୍ରାମର ସୟଦ ହାସନ ଅହମ୍ମଦ ନାମକ ୪୦ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ଉତ୍ତରପ୍ରଦେଶ ପୁଲିସ୍‌ ଗିରଫ କରିଛି। ସୟଦ ହସନ ଅହମ୍ମଦକୁ ରାଜଦ୍ରୋହ ଓ ହତ୍ୟା ଧମକ ଅଭିଯୋଗରେ ଉତ୍ତର ପ୍ରଦେଶ ପୁଲିସ ଶୁକ୍ରବାର ୪ ଦିନିଆ ରିମାଣ୍ଡରେ ନେଇଛି। ସାଲେପୁର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର ପ୍ରଦେଶ ପୁଲିସ ସେଠାକୁ ନେଇଛି। ସେଠାରେ ବାଗପତ ଜିଲ୍ଲା ଏସଡ଼ିଜେଏମଙ୍କ କୋର୍ଟରେ ହାଜର କରାଇବା ପରେ ତାକୁ ଜେରା କରିବ।

ସୂଚନାଯୋଗ୍ୟ, କୁସମ୍ବୀ ଗ୍ରାମର ସୟଦ ହସନ ଅହମ୍ମଦ କିଛି ଦିନ ଧରି ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ଵିଶ୍ଵ ହିନ୍ଦୁ ପରିଷଦ ନେତା ମାନଙ୍କୁ ଗାଳିଗୁଲଜ କରିବା ସହିତ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଅଧ୍ୟକ୍ଷଙ୍କ ଅଭିଯୋଗ କ୍ରମେ ପୁଲିସ ଓଡ଼ିଶା ଆସି କୁସମ୍ବୀଗ୍ରାମର ସୟଦ ହସନଙ୍କ ଘରେ ଚଢ଼ାଉ କରିଥିଲେ। ଶୁକ୍ରବାର ସାଲେପୁର ଏସଡ଼ିଜେଏମଙ୍କ କୋର୍ଟରେ ହାଜର କରାଯିବା ପରେ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ହସନକୁ ପୁଲିସ କଡା ସୁରକ୍ଷାରେ ଉତ୍ତର ପ୍ରଦେଶ ନେଇଛି।

Comments are closed.