Odisha Link
Bridging the Missing Links in Odisha

ରାଜ୍ୟରେ ୨୪ ଘଣ୍ଟାରେ ୪୫ହଜାର ୧୬୫ ନମୁନା ପରୀକ୍ଷା

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୫ହଜାର ୧୬୫ ନମୁନା ପରୀକ୍ଷା ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ ନମୁନା ପରୀକ୍ଷା କରାଯାଇଛି। ଆଣ୍ଟିଜେନ୍‌ରେ ୩୮,୧୬୫, ଆରଟିପିସିଆରରେ ୬,୮୩୬ ଓ ଟ୍ରୁନଟ୍‌ରେ ୧୬୪ଟି କରୋନା ନମୁନା ପରୀକ୍ଷା କରାଯାଇଛି।

କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା କରାଯାଉଥିବା ବେଳେ କିନ୍ତୁ ଏହା ତଳକୁ ଖସିଆସିଛି। ମୋଟ୍ ୪୫ହଜାର ୧୬୫ କରୋନା ନମୁନା ପରୀକ୍ଷା କରାଯାଇଛି। ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୫୬୨, କେନ୍ଦ୍ରାପଡ଼ାରେ ୪୧୨୯ ଓ କେନ୍ଦୁଝରରେ ୩୩୮୯ଟି ନମୁନା ପରୀକ୍ଷା ହୋଇଛି।

Comments are closed.