Odisha Link
Bridging the Missing Links in Odisha

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୧ ହଜାର ୨୭୫ କରୋନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୧ ହଜାର ୨୭୫ କରୋନା ଟେଷ୍ଟ କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟାରେ ମୋଟ୍ ୪୧ ହଜାର ୨୭୫ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଛି। ଏଥିମଧ୍ୟରୁ ଆଣ୍ଟିଜେନ୍‌ରେ ୩୪,୩୨୪, ଆରଟିପିସିଆରରେ ୬,୭୮୪ ଓ ଟ୍ରୁନଟ୍‌ରେ ୧୬୭ଟି କରୋନା ନମୁନା ପରୀକ୍ଷା କରାଯାଇଛି।

୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬ହଜାର ୯୪୧ ଓ ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ସର୍ବାଧିକ ୪,୬୬୮ଟି କରୋନା ନମୁନା ପରୀକ୍ଷା କରାଯାଇଛି। ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ ୨୧ ଲକ୍ଷ ଟପିଛି। କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟରେ ଗତ କିଛି ଦିନ ହେବ ୫୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଉଥିଲା। ହେଲେ ଏବେ ଏଥିରେ ବ୍ରେକ୍ ଲାଗିଛି। ୨୪ ଘଣ୍ଟାରେ କେବଳ ୪୧ ହଜାରରୁ ଅଧିକ ଟେଷ୍ଟ କରାଯାଇଛି।

Comments are closed.