Odisha Link
Bridging the Missing Links in Odisha

ବର୍ଷା ଶାଶୁଘରେ ହିଁ ରହିବେ: ଓକିଲ

ଭୁବନେଶ୍ବର: ବର୍ଷା-ଅନୁଭବ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି।ଏନେଇ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଓକିଲଙ୍କ କହିବା ଅନୁସାରେ, କାଲି ବର୍ଷାଙ୍କୁ ଖାଦ୍ୟ ଦେଲା ବେଳେ ଭିଡିଓ ସୁଟିଂ କରାଯାଇଥିଲା। ଅନୁଭବଙ୍କ ଜଣେ ସହଯୋଗୀ ବେଡ୍‌ ରୁମରେ ପଶି ସୁଟିଂ କରିଥିଲେ। ଅନ୍ୟ ଜଣେ ସହଯୋଗୀ ହ୍ରଇଂ ରୁମରେ ଜଗି ରହିଥିଲେ। କିଏ ସେମାନଙ୍କୁ ସୁଟିଂ କରିବାକୁ ପାଠାଇଛି ବୋଲି ବର୍ଷା ପଚାରିଥିଲେ। ଘଟଣାକୁ ନେଇ ଲଜ୍ଜିତ ଓ ଅସୁରକ୍ଷିତ ମନେ କରିଥିଲେ। ଏହାକୁ ନେଇ ବର୍ଷା ପୋଲିସକୁ ଜଣାଇ ସୁରକ୍ଷା ମାଗିଥିଲେ। ବର୍ଷା ଶାଶୁଘରେ କାହିଁକି ରହିଛନ୍ତି ବୋଲି ଅନୁଭବ ପ୍ରତିକ୍ରିୟା ଦେଇଛନ୍ତି। ବର୍ଷା ଚାହୁଁଛନ୍ତି ନିଜ କୁପଥଗାମୀ ସ୍ବାମୀଙ୍କୁ ସୁପଥକୁ ଆଣିବେ। ଶାଶୁଘରେ ରହି ଆଇନ ଅନୁସାରେ ନିଜକୁ ସୁରକ୍ଷା ଦେବେ। ନିଜ ବିବାହକୁ ଚିରସ୍ଥାୟୀ କରିବାକୁ ବର୍ଷା ଚାହାନ୍ତି। ଅନୁଭବ ଯାହା କହିଲେ ତାର କିଛି ଯଥାର୍ଥତା ନାହାିଁ। ଅନୁଭବଙ୍କ କଥାରେ ସେ ଶାଶୁଘରୁ ଆସିପାରିବେ ନାହିଁ। କାଲିର ଘଟଣା ବର୍ଷାଙ୍କ ସହ ଆଲୋଚନା କରି କୋର୍ଟଙ୍କ ଦୃଷ୍ଟିକୁ ଆଣିବି। ବୋଲି ବର୍ଷାଙ୍କୁ ଓକିଲ କହିଛନ୍ତି।

ପ୍ରକାଶ ଯେ, ଗତକାଲି ବର୍ଷାଙ୍କ ବେଡ଼ରୁମରେ ଦୁଇ ଯୁବକ ପଶିବା ପରେ ବର୍ଷାଙ୍କ ଭିଡ଼ିଓ ସୁଟିଂ କରିଥିଲେ। ବର୍ଷା ବି ସେମାନଙ୍କର ଭିଡ଼ିଓ ସୁଟିଂ କରିବା ସହ କୁଆଡେ଼ ଆସିଛନ୍ତି ବୋଲି ପଚାରିଥିଲେ। ଏହି ଭିଡ଼ିଓ ବି ଗଣମାଧ୍ୟମରେ ପ୍ରକାଶିତ ହେଉଛି। ତେବେ ବର୍ଷା ପୁଲିସକୁ ସୁରକ୍ଷା ମାଗିବା ପରେ ତାଙ୍କୁ ଜଣେ ମହିଳା କନଷ୍ଟେବଳ ସୁରକ୍ଷା ପ୍ରଦାନ କରୁଛନ୍ତି। ଯେଉଁଥିପାଇଁ ଗତକାଲି ଅନୁଭବ ଫିଡ଼ିକି ଯିବା ସହ ଗଣମାଧ୍ୟମକୁ ମଧ୍ୟ ସମାଲୋଚନା କରିଥିଲେ। ଏହା ସେମାନଙ୍କର ବ୍ୟକ୍ତିଗତ ବ୍ୟାପାର ବୋଲି ଅନୁଭବ କହିଛନ୍ତି।

Comments are closed.