Odisha Link
Bridging the Missing Links in Odisha

ଘୁଞ୍ଚିଲା ଓଜେଏସ୍ ମେନ୍ ପରୀକ୍ଷା

ଭୁବନେଶ୍ୱର: ଘୁଞ୍ଚିଲା ଓଜେଏସ୍ ମେନ୍ ପରୀକ୍ଷା। ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍) ମେନ୍-୨୦୨୦ ପରୀକ୍ଷାକୁ ନଭେମ୍ବର ୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଆଜି ସୂଚନା ଦିଆଯାଇଛି।

ପୂର୍ବରୁ ଏହି ପରୀକ୍ଷା ଅକ୍ଟୋବର ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଏବେ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଆଖି ଆଗରେ ରଖି ପରୀକ୍ଷା ଘୁଞ୍ଚାଇବାକୁ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଏହି ପରୀକ୍ଷା ନଭେମ୍ବର ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ସେଣ୍ଟର ଓ ଅନ୍ୟାନ୍ୟ ନିୟମ ସମ୍ପର୍କରେ ପରେ ଅବଗତ କରାଯିବ। ପରୀକ୍ଷାର୍ଥୀମାନେ ନିୟମିତ ଆୟୋଗର ୱେବସାଇଟ http://www.opsc.gov.in/. ଦେଖିବାକୁ ପରାମର୍ଶ ଦିଆଯାଇଛି।

Comments are closed.