Odisha Link
Bridging the Missing Links in Odisha

ଗୁଣାତ୍ମକ ଶିକ୍ଷା ସମ୍ପର୍କିତ ରାଜ୍ୟସ୍ତରୀୟ ଓ୍ବେବିନାର

ଭୁବନେଶ୍ବର: ସ୍ବେଚ୍ଛାସେବୀ ସଂଗଠନ ଆତ୍ମଶକ୍ତି ଟ୍ରଷ୍ଟ ଓ ଓଡ଼ିଶା ଶ୍ରମଜୀବି ମଞ୍ଚ ଏବଂ ମହିଳା ଶ୍ରମଜୀବି ମଞ୍ଚ ପକ୍ଷରୁ ଗୁଣାତ୍ମକ ଶିକ୍ଷା ଉପରେ ଏକ ରାଜ୍ୟସ୍ତରୀୟ ଓ୍ବେବିନାର ଆୟୋଜିତ ହୋଇଯାଇଛି। ଏହି ଓ୍ବେବିନାର ରେ ଓଡ଼ିଶା ସରକାରଙ୍କ ପୂର୍ବତନ ପ୍ରଶାସକ ଡ. ଅରବିନ୍ଦ ବେହେରା, ସ୍ବେଚ୍ଛାସେବୀ ସଙ୍ଗଠନ ଆଗ୍ରଗାମୀର ନିର୍ଦ୍ଦେଶକ ଅଚ୍ୟୁତ ଦାସ ପ୍ରଭୁଖ ବକ୍ତା ଭାବେ ଯୋଗ ଦେଇ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କର ଗୁଣାତ୍ମକ ଶିକ୍ଷା ଉପରେ ନିଜର ମତବ୍ୟକ୍ତ କରିଥିଲେ।

ବିଶେଷକରି କୋଭିଡ଼-୧୯ ସମୟରେ ଗ୍ରାମାଞ୍ଚଳର ପିଲା ମାନଙ୍କର ପାଠପଢ଼ା କେମିତି ବାଧାପ୍ରାପ୍ତ ହେଉଛି। ଶିକ୍ଷା ଗ୍ରହଣରେ ଦୁର୍ବଳ ପିଲା ମାନଙ୍କ ପାଇଁ ପ୍ରତିକାରାତ୍ମକ ଶିକ୍ଷା ର ଆବଶ୍ୟକତା ଏବଂ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଶିକ୍ଷକ ମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ବିଷୟରେ ଏହି ଓ୍ବେବିନାରରେ ଚର୍ଚ୍ଚା କରାଯାଇଥିଲା। ଏହି ଓ୍ବେବିନାରରେ ରାଜ୍ୟର ୧୭ଟି ଜିଲ୍ଲାର ପ୍ରାୟ ୧୩୦ ଜଣ ଶିକ୍ଷାବିତ, ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା, ସଙ୍ଗଠନର ସ୍ଥାନୀୟ ପ୍ରତିନିଧି ଏବଂ ସ୍ବେଚ୍ଛାସେବୀ ମାନେ ଯୋଗଦେଇ ନିଜ ଆଞ୍ଚଳର ଶିକ୍ଷା ସମସ୍ୟା ଉପରେ ଆଲୋଚନା ହୋଇଥିଲା

Comments are closed.