Odisha Link
Bridging the Missing Links in Odisha

ବ୍ରିଜ୍ ତଳକୁ ଖସିଲା ହାଇଓ୍ୱା, ୨ ନିଖୋଜ

ଝାରସୁଗୁଡ଼ା: ଇବ୍‌ ନଦୀର ରଂଫେଲ୍ ବ୍ରିଜ ତଳକୁ ଏକ ହାଇଓ୍ୱା ଖସି ୨ଜଣ ନିଖୋଜ ହୋଇଯାଇଛନ୍ତି। ହାଇଓ୍ଵାର ଚାଳକଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ନିଖୋଜ ଯୁବକ ଦ୍ୱୟ ହେଲେ ଜିତେନ୍ଦ୍ର ପ୍ରଧାନ ଓ ଅରବିନ୍ଦ ସାହୁ। ଉଦ୍ଧାର ହୋଇଥିବା ହାଇଓ୍ଵା ଚାଳକଙ୍କ ନାମ ଆଦିତ୍ୟ ସାହୁ।

ସୂଚନା ମୁତାବକ, ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ରମ୍ପେଲା ପଂଚାୟତର ବରକାନୀ ଗାଁର ତିନି ଜଣ ଯୁବକ ଆଜି ଅପରାହ୍ନରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲିରୁ ହାଇଓ୍ଵା(ଓଡ଼ି ୨୩କେ ୧୫୪୭) ନେଇ ଇବ୍‌ ଥର୍ମାଲ ଆଡ଼କୁ ଯାଉଥିଲେ। ଯିବା ରାସ୍ତାରେ ଇବ୍‌ ସେତୁ ଉପରେ ଡାହାଡ଼ ପାର୍ଶ୍ୱକୁ ହାଇଓ୍ଵା ଖସିପଡ଼ିଥିଲା। ତେବେ ଇବ୍‌ ନଦୀରେ ଗଭୀର ପାଣି ଥିବାରୁ ହାଇଓ୍ଵାଟି ସଂପୂର୍ଣ୍ଣ ରୂପେ ବୁଡ଼ିଯାଇଛି। ସୂଚନା ପାଇଁ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାଶ, ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ, ବନହରପାଲି ଆଇଆଇସି ପ୍ରଶାନ୍ତ ମେହେର ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତଦନ୍ତ ଓ ଉଦ୍ଧାର କାର୍ଯ୍ୟ ଚାଳାଇଛନ୍ତି।ଉଦ୍ଧାର ହୋଇଥିବା ହାଇଓ୍ଵା ଚାଳକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଝାରସୁଗୁଡ଼ା ସ୍ଥାନାନ୍ତର

Comments are closed.