Odisha Link
Bridging the Missing Links in Odisha

ବର୍ଷା ଅନୁଭବ ବିବାଦ ଘଟଣା: ଗଣେଶ ପୂଜାର ଭିଡ଼ିଓ ପୋଷ୍ଟ କଲେ ଅନୁଭବ

ଭୁବନେଶ୍ବର:

ବର୍ଷା-ଅନୁଭବ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାଦ ମଧ୍ୟରେ ଟୁଇଟରରେ ଗଣେଶ ପୂଜାର ଏକ ଭିଡିଓ ପୋଷ୍ଟ କରିଛନ୍ତି ଅନୁଭବ ମହାନ୍ତି। ଏହି ଭିଡିଓରେ କେହି ଘରୋଇ ହିଂସାର ଶିକାର ହେଲାପରି ମନେ ହେଉଛି କି। ଭିଡିଓରେ ଅନୁଭବଙ୍କ ଘରେ ଗଣେଶ ପୂଜାର ଦୃଶ୍ୟ ରହିଛି। ପୂଜାରେ ବର୍ଷା ପ୍ରିୟଦର୍ଶନୀ, ଅନୁଭବଙ୍କ ବାପା , ମା ସମସ୍ତେ ଅଛନ୍ତି। ଏହି ଭିଡିଓ ଜାରି କରି ଅନୁଭବ ବର୍ଷାଙ୍କ ନାଁ ନନେଇ ପ୍ରଶ୍ନ କରିଛନ୍ତି ଯେ, ଭିଡିଓରେ କେହି ଘରୋଇ ହିଂସାର ଶିକାର ହେଲା ପରି ଲାଗୁଛିକି। ଘରୋଇ ହିଂସା ଅଭିଯୋଗ ଆଣୁଥିବା ବର୍ଷା କେମିତି ଶାଶୁ ଘରେ ଅଛନ୍ତି ବୋଲି ଗତକାଲି ଅନୁଭବ ପ୍ରଶ୍ନ କରିଥିଲେ।

ପ୍ରକାଶ ଯେ, ବର୍ଷାଙ୍କ ରୁମରେ ଭିଡିଓ ରେକଡିଂ ମାମଲା। ଭିଡିଓ କରିଥିବା ୨ ଯୁବକଙ୍କୁ ପୁରୀ ଘାଟ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ। ଅଭିଯୋଗ ଅନୁଯାୟୀ ଭିଡିଓ କରୁଥିବା ୨ ଯୁବକ ଅନୁଭବଙ୍କ ସହଯୋଗୀ। ଗତକାଲି ଦିନ ୩ଟା ବେଳେ ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ୨ ଯୁବକ ବର୍ଷାଙ୍କ ଭିଡିଓ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ରୁମ ଭିତରକୁ ଧସେଇ ପଶିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହା ପରେ ବର୍ଷା ଶହେ ନମ୍ବର କଲ କରିବାକୁ ସୁରକ୍ଷା ଲୋଡିଥିଲେ। ଏନେଇ ପୁରୀଘାଟ ଥାନାରେ ତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Comments are closed.