Odisha Link
Bridging the Missing Links in Odisha

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୩ ହଜାର ୯୪୦ କରୋନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୯୪୦ କରୋନା ଟେଷ୍ଟ କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ଆରଟିପିସିଆର, ଆଣ୍ଟିଜେନ, ଟ୍ରୁନଟ୍‌ ମାଧ୍ୟମରେ ଟେଷ୍ଟ କରାଯାଇଛି। ଆରଟିପିସିଆରରେ ୭ ହଜାର ୧୨୩, ଆଣ୍ଟିଜେନରେ ୩୬ ହଜାର ୭୦୦ ଓ ଟ୍ରୁନଟ୍ ମାଧ୍ୟମରେ ୧୧୭ଟି ଟେଷ୍ଟ କରାଯାଇଛି।

କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ୨୪ ଘଣ୍ଟାରେ ୪୦ ହାଜରରୁ ଅଧିକ ଟେଷ୍ଟ କରାଯାଇଛି।ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ ୨୫ ଲକ୍ଷ ଟପିଛି।

Comments are closed.