Odisha Link
Bridging the Missing Links in Odisha

ଭଲ ଖବର: ରାଜ୍ୟରେ ୧ ଲକ୍ଷ ୨୫ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଥମୁନି କରୋନା ସଂକ୍ରମଣ। ଦୈନିକ ହଜାର ହଜାର ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତାରେ ଲୋକେ। ଅପରପକ୍ଷେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭୧୪ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୭୩୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୪୪ ଜଣ ଆକ୍ରାନ୍ତ କରୋନା ମୁକ୍ତ ହୋଇଛନ୍ତି। ସେହି ପରି ବରଗଡ ଜିଲ୍ଲାରୁ ୩୯୭, କଟକ ଜିଲ୍ଲାରୁ ୩୭୫, ଯାଜପୁରରୁ ୨୪୨, ପୁରୀରୁ ୧୦୧, ମୟୂରଭଞ୍ଜରୁ ୧୫୨, ଝାରସୁଗୁଡାରୁ ୧୧୭, ବାଲେଶ୍ଵରରୁ ୧୧୫, କୋରାପୁଟରୁ ୧୧୫, କନ୍ଧମାଳରୁ ୧୦୦, ଜଗତସିଂହପୁରରୁ ୯୩, ଗଞ୍ଜାମରୁ ୯୨ ଜଣ ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି।

ସେହି ପରି କେନ୍ଦ୍ରାପଡାରୁ ୮୮, ସୋନପୁରରୁ ୮୪, ସୁନ୍ଦରଗଡରୁ ୮୪, ବଲାଙ୍ଗିରରୁ ୭୫, ଅନୁଗୁଳରୁ ୭୨, ସମ୍ବଲପୁରରୁ ୭୧, ନୟାଗଡରୁ ୭୦, କେନ୍ଦୁଝରରୁ ୬୦, ନବରଙ୍ଗପୁରରୁ ୫୯, ନୂଆପଡାରୁ ୫୩, ଦେବଗଡରୁ ୪୩, ଗଜପତିରୁ ୩୮, ଭଦ୍ରକରୁ ୩୪, ଢେଙ୍କାନାଳରୁ ୩୪, ମାଲକାନଗିରିରୁ ୨୨, ବୌଦରୁ ୧୯ ଓ ରାୟଗଡା ଜିଲ୍ଲାରୁ ୧୭ ଜଣ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩୬୪୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୬୫୦କୁ ବୃଦ୍ଧି ଘଟିଛି। ଆଉ ୮ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୬୪୫ରେ ପହଞ୍ଚିଛି। ଆଜିର ସୁସ୍ଥ ସଂଖ୍ୟାକୁ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୭୩୮ରେ ପହଞ୍ଚିଛି।

Comments are closed.