Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ୪୨୭୦ ନୂଆ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୪୨୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୨୯୨୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୭୮ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୯୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୪୭, ବାଲେଶ୍ୱରରୁ ୧୫୦, ବରଗଡ଼ରୁ ୧୮୩, ଭଦ୍ରକରୁ ୫୫, ବଲାଙ୍ଗୀରରୁ ୯୭, ବୌଦ୍ଧରୁ ୨୨, କଟକରୁ ୩୩୪, ଦେବଗଡ଼ରୁ ୧୮, ଢେଙ୍କାନାଳରୁ ୬୩, ଗଜପତିରୁ ୫୮, ଗଞ୍ଜାମରୁ ୬୮, ଜଗତସିଂହପୁରରୁ ୧୮୮, ଯାଜପୁରରୁ ୧୬୨, ଝାରସୁଗୁଡ଼ାରୁ ୧୨୧, କଳାହାଣ୍ଡିରୁ ୪୪, କନ୍ଧମାଳରୁ ୭୩, କେନ୍ଦ୍ରାପଡ଼ାରୁ ୯୯, କେନ୍ଦୁଝରରୁ ୮୭, ଖୋର୍ଦ୍ଧାରୁ ୮୭୬, କୋରାପୁଟରୁ ୮୩, ମାଲକାନଗିରିରୁ ୬୪, ମୟୁରଭଞ୍ଜରୁ ୧୩୧, ନବରଙ୍ଗପୁରରୁ ୮୬, ନୟାଗଡରୁ ୪୭, ନୂଆପଡ଼ାରୁ ୧୧୯, ପୁରୀରୁ ୨୮୭, ରାୟଗଡ଼ାରୁ ୮୦ଜଣ, ସମ୍ବଲପୁରରୁ ୧୧୪, ସୋନପୁରରୁ ୭୪, ସୁନ୍ଦରଗଡ଼ରୁ ୩୮ ଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୨୬୨ଜଣ ରହିଛନ୍ତି।

ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୨୯୨ ରେ ପହଞ୍ଚିଛି। ଏଥିମଧ୍ୟରୁ ୩୬୪୭୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୫୭୩୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.