Odisha Link
Bridging the Missing Links in Odisha

ବିନା ଭକ୍ତରେ ହେବ ଛତର ଯାତ୍ରା

ଭବାନୀବାଟଣା: କଳାହାଣ୍ଡି ଜିଲ୍ଲାର ମାଆ ମାଣିକେଶ୍ୱରୀଙ୍କର ପାରମ୍ପରିକ ପର୍ବ ହେଉଛି ଛତର ଯାତ୍ରା। କଳାହାଣ୍ଡିରେ ଛତର ଯାତ୍ରା ଦୁର୍ଗାପୂଜାର ମହାଷ୍ଟମୀ ଦିନ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ପାଳନ କରାଯିବ ମାଆ ମାଣିକେଶ୍ୱରୀଙ୍କର ଛତର ଯାତ୍ରା। ଆସନ୍ତା ଅକ୍ଟୋବର ୨୪ ରେ ବିନା ଭକ୍ତରେ ପାଳନ ହେବ ଛତର ଯାତ୍ରା। ଏନେଇ କଳାହାଣ୍ଡି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ମାଆ ମାଣୀକେଶ୍ୱରୀଙ୍କ ଛତର ଯାତ୍ରାରେ ଅସଂଖ୍ୟ ଲୋକଙ୍କର ଭିଡ଼ ହୋଇଥାଏ, ଏହାକୁ ଦୃଷ୍ଟିରେ ରଖି ବିନା ଭକ୍ତରେ ହେବ ଛତର ଯାତ୍ରା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପର୍ବରେ ଅସଂଖ୍ୟ ପଶୁମାନଙ୍କର ବଳି ପଡ଼ିଥାଏ। ମାତ୍ର ପଶୁବଳିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

Comments are closed.