Odisha Link
Bridging the Missing Links in Odisha

କରୋନା : ରାଜ୍ୟରେ ଆଉ ୧୩ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ଆଜି ଆଖି ବୁଜିଲେ ଆଉ ୧୩ କରୋନା ଆକ୍ରାନ୍ତ। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୬୯ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏମାନଙ୍କ ମଧ୍ୟରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଗଜପତି ଜିଲ୍ଲାରୁ ୨ ଜଣ, କଟକ, ବାଲେଶ୍ୱର, ସୁବର୍ଣ୍ଣପୁରରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comments are closed.