Odisha Link
Bridging the Missing Links in Odisha

କରୋନା: ୨୪ ଘଣ୍ଟାରେ ୯୭୮୯୪ ଆକ୍ରାନ୍ତ, ୧୧୩୨ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ଭାରତରେ ୨୪ ଘଣ୍ଟାରେ କରୋନା ୯୭ ହଜାର ୮୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩, ୧୯୮ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧ଲକ୍ଷ, ୧୮ ହଜାର ୨୫୪କୁ ବୃଦ୍ଧି ପାଇଛି।

ଏଥିସହି ମୋଟ ସକ୍ରିୟ କେସ ୧୦,୦୯,୯୭୬ ରହିଥିବା ବେଳେ ସୁସ୍ଥ ହୋଇ ୪୦,୨୫,୦୮୯ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.