ଭାରତରୁ ଚୋରି ହୋଇଥିବା ପ୍ରଭୁ ଶ୍ରୀ ରାମ, ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତିକୁ ଫେରାଇଲା ବ୍ରିଟେନ୍

ନୂଆଦିଲ୍ଲୀ: ଭାରତରୁ ଚୋରି ହୋଇଥିବା ପ୍ରତିମୂର୍ତ୍ତିକୁ ଫେରାଇଲା ବ୍ରିଟେନ୍। ତାମିଲନାଡ଼ୁର ଏକ ମନ୍ଦିରରୁ ଭଗବାନ ରାମ, ଲକ୍ଷ୍ମଣ ଓ ମା ସୀତାଙ୍କ ପ୍ରତିମୂର୍ତ୍ତି ଚୋରି ହୋଇଥିଲା। ଯାହା ଏବେ ପୁଣିଥରେ ଭାରତକୁ ପ୍ରତ୍ୟାବର୍ତ୍ତନ ହୋଇଛି। ମଙ୍ଗଳବାର ଦିନ ଭାରତ ସରକାରଙ୍କୁ ଏହି ପ୍ରତିମୂର୍ତ୍ତୀ ବ୍ରିଟେନ୍ ସରକାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରତିମା ଏହି ମୂର୍ତ୍ତି ଗୁଡ଼ିକର ଚୋରି ୧୯୭୮ ମସିହାରେ ହୋଇଥିଲା।
ବ୍ରିଟେନର ଜଣେ ସଂଗ୍ରହକର୍ତ୍ତା ମୂର୍ତ୍ତୀି ଗୁଡ଼ିକୁ କିଣିଥିଲେ। ୧୯୫୦ ମସିହାରେ ଅଙ୍କିତ ପ୍ରତିମୂର୍ତ୍ତିର ଚିତ୍ର ସହିତ ଏହି ପ୍ରତିମୂର୍ତ୍ତି ମେଳ ହେବା ପରେ ଜଣାପଡ଼ିଥିଲାଯେ, ବିଜୟନଗର କାଳ ସମୟର ଏହି ମୂର୍ତ୍ତୀ ଗୁଡ଼ିକ। ଯାହାକି ତାମିଲନାଡୁର ନାଗାପାଟ୍ଟିନମ୍ ଜିଲ୍ଲାର ଅନନ୍ତମଙ୍ଗଳମ୍ ସ୍ଥିତ ଶ୍ରୀ ରାଜାଗୋପାଲସ୍ବାମୀ ମନ୍ଦିରରୁ ଚୋରି ହୋଇଥିବା ପ୍ରତିମୂର୍ତ୍ତି।
ଲଣ୍ଡନର ଇଣ୍ଡିଆ ହାଉସରେ ଏକ ସମାରୋହ ଆୟୋଜିତ ହୋଇଥିଲ। କରୋନା କାରଣରୁ ସମାରୋହକୁ ସୀମିତ ସଂଖ୍ୟକ ଲୋକଙ୍କୁ ନିମନ୍ତ୍ରଣ ରହିଥିଲା। ଏହି ସମାରୋହରେ ଇଂଲଣ୍ଡରେ ଅବସ୍ଥିତ ଶ୍ରୀ ମୁରୁଗାନ୍ ମନ୍ଦିରର ପୁରୋହିତ ମାନେ ମୂର୍ତ୍ତିଗୁଡ଼ିକର ପୂଜା କରିଥିଲେ ଏବଂ ପରେ ଭାରତକୁ ହସ୍ତାନ୍ତର କରାଯାଇଥିଲା। ବ୍ରିଟେନରେ ଥିବା ଭାରତର ହାଇ କମିଶନର ଗାୟତ୍ରୀ ଇସର କୁମାର କହିଛନ୍ତି ଯେ, ଆଜି ଏହି ସୁନ୍ଦର ପ୍ରତିମା ଗୁଡ଼ିକର ଖୋଜିବା କାର୍ଯ୍ୟ ପୂରଣ ହୋଇଛି। ଆମେ ନିଶ୍ଚିତ କରିବାକୁ ଚାହୁଁଥିଲୁ ଯେ, ଏହି ପ୍ରତିମାଗୁଡ଼ିକୁ ଭାରତ ପଠାଇବା ପୂର୍ବରୁ ପୂଜାପାଠ କରାଯାଉ। ତାହା ଏବେ ସମ୍ପର୍ଣ୍ଣ ହୋଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ଭାରତର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ମଧ୍ୟ ଉପସ୍ଥିତ ଥିଲେ।
Comments are closed.