ଆଜି ପବିତ୍ର ମହାଳୟା ଅମାବାସ୍ୟା

ଭୁବନେଶ୍ୱର: ଆଜି ପବିତ୍ର ମହାଳୟା ଅମାବାସ୍ୟା। ଏହି ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ। କରୋନା କଟକଣା ମଧ୍ୟରେ ଭୁବନେଶ୍ୱରର ବିନ୍ଦୁ ସାଗର ସମୂହ ପିଣ୍ଡଦାନ ପାଇଁ ବ୍ୟବସ୍ଥା କରାଯାଇଛି।
ଏହା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଉଛି। କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଧର୍ମ ଓ ଅନ୍ୟ ଧର୍ମାନୁଷ୍ଠାନ ବନ୍ଦ ଥିବାରୁ ପିଣ୍ଡଦାନ ପାଇଁ ଅନ୍ୟତ୍ର ବ୍ୟବସ୍ଥା କରାଯାଇଛି। ଏହାସହ ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ଶ୍ରୀକ୍ଷେତ୍ରର ଅନ୍ୟ ପୁଷ୍କରିଣୀରେ ପିଣ୍ଡଦାନ ପାଇଁ ବ୍ୟବସ୍ଥା କରାଯାଇଛି।
Comments are closed.