Odisha Link
Bridging the Missing Links in Odisha

ପିଏଲଏଫଆଇର ୨ ହାର୍ଡକୋର୍ ସଦସ୍ୟ ଗିରଫ

ସୁନ୍ଦରଗଡ: ସୁନ୍ଦରଗଡ଼ ପୋଲିସ ଦ୍ୱାରା ଗିରଫ ହେଲେ ପିଏଲଏଫଆଇର ୨ ହାର୍ଡକୋର ସଦସ୍ୟ। ପିଏଲଏଫଆଇ ବାଦସାହ ଗ୍ରୁପର ଏହି ୨ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ କାରବାଇନ, ୭ଟି ଦେଶୀ ସିଙ୍ଗିଲ୍ ସଟ୍ ବନ୍ଧୁକ, ଗୋଟିଏ ଡବଲ୍ ସଟ୍ ଦେଶୀ ବନ୍ଧୁକ ଓ ୨ ଟି ଜୀବନ୍ତ ଗୁଳି ଜବତ ହୋଇଛି।ଏନେଇ ସୁନ୍ଦରଗଡ଼ ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି।

ଏଥିସହ ସେମାନଙ୍କ ଠାରୁ ୪ ଲକ୍ଷ ୮୭ ହଜାର ନଗଦ ଟଙ୍କା ଜବତ କରାଯାଇଛି। ରାଇବଗା ଓ ବୀରମିତ୍ରପୁର ଥାନାରେ ଉଭୟଙ୍କ ନାରେ ୭ଟି ମାମଲା ଥିଲା। ହତ୍ୟା, ଡକାୟତି, ଗୋ ଚାଲାଣ ତଥା ଅନ୍ୟାନ୍ୟ ଗୁରୁତର ମାମଲାରେ ସଂଶ୍ଲିଷ୍ଟ ଏହି ଦୁଇ ସଦସ୍ୟ ହେଲେ ରାଜୁ କିଣ୍ଡୋ ଏବଂ ତାର ସହଯୋଗୀ। ପୋଲିସ ଅନେକ ଦିନ ଧରିସେମାନଙ୍କୁ ସନ୍ଧାନ କରୁଥିଲା।

ରାଜୁ କିଣ୍ଡୋ ରାଇବଗା ଥାନା କାଦୋବାହାଲ ଗାଁରେ ଲୁଚି ରହିଥିବା ଖବର ପାଇ ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଚଢ଼ଉ କରିଥିଲା। ଡିଭିଏଫ୍ ଟିମର ୨ ଜଣ ରାଜୁକୁ କାବୁ କରିବାରେ ସକ୍ଷମ ହୋଇଥିଲେ। ରାଜୁ କିଣ୍ଡୋଠାରୁ ସୂଚନା ପାଇ ତାର ସହଯୋଗୀ ସନମୁନୁ ସାହୁକୁ ମଧ୍ୟ ଗିରଫ କରାଯାଇଥିଲା।

Comments are closed.