Odisha Link
Bridging the Missing Links in Odisha

ଗୋମାଂସ ବିବାଦ: ହାଇକୋର୍ଟରୁ କଙ୍ଗନାଙ୍କୁ କ୍ଲିନ୍ ଚିଟ୍

ପଞ୍ଜାବ: ଗୋମାଂସ ବିବାଦ ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କୁ କ୍ଲିନ୍‌ ଚିଟ୍‌ ପ୍ରଦାନ କରିଛନ୍ତି। ଗୋମାଂସ ଭକ୍ଷଣ ମାମଳାରେ କଙ୍ଗନାଙ୍କ ଏକ ପୁରାତନ ଟୁଇଟ୍‌ ସହ ଏହି ମାମଲା ଜଡ଼ିତ।

ଧାର୍ମିକ ଭାବାବେଗକୁ ଆଘାତ କରିଥିବା ଅଭିଯୋଗ କରି ଲୁଧିଆନାର ନବନୀତ ଗୋପୀ କଙ୍କନାଙ୍କ ବିରୋଧରେ ପଞ୍ଜାବ ଓ ହରିୟାଣା ହାଇାକୋର୍ଟରେ ପିଟିସନ୍ ଦାଏର କରିଥିଲେ। ଅଭିଯୋଗକାରୀ ଦର୍ଶାଇ ଥିଲେ ଯେ, କଙ୍ଗନା ତାଙ୍କ ବିବୃତି‌ରେ ଗୋମାଂସ ଭକ୍ଷଣ ପ୍ରସାର କରୁଛନ୍ତି। ଯାହା ଧାର୍ମିକ ଭାବାବେଗକୁ ଆଘାତ କରୁଛି। କଙ୍ଗନା ରଣାୱତଙ୍କ ବିରୋଧରେ ନବନୀତ ଲୁଧିଆନା ଥାନାରେ ମଧ୍ୟ ଅଭିଯୋଗ ଫାଇଲ୍ କରିଛନ୍ତି। କିନ୍ତୁ, ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

Comments are closed.