Odisha Link
Bridging the Missing Links in Odisha

ମହାରାଷ୍ଟ୍ରର ଭିୱଣ୍ଡିରେ ଭୁଶୁଡିଲା ୩ ମହଲା କୋଠା

ମୁମ୍ବାଇ : ମହାରାଷ୍ଟ୍ରର ମୁମ୍ବାଇରେ ଏକ ଅଭାବନିୟ ଘଟଣା ଘଟିଛି । ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱଣ୍ଡି ସହରରେ ରବିବାର ବିଳମ୍ବିତ ରାତିରେ ଭୁଶୁଡ଼ିଗଲା ଏକ ତିନି ମହଲା କୋଠା । ଘଟଣାଟି ରାତି ପ୍ରାୟ ୩ଟା ୩୦ ସମୟରେ ଘଟିଥିଲା। ଏଥିରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଭଗ୍ନାବଶେଷ ତଳୁ ୨୫ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୦-୬୦ ଜଣ ଫସିରହିଥିବା ଆଶଙ୍କା କରାଯାଉଛି।

ଉଦ୍ଧାର କାର୍ଯ୍ୟ ପାଇଁ ଏନଡ଼ିଆରଏଫର ଦୁଇଟି ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହିଛି। ଏଠାରେ କ୍ଷମତାଠାରୁ ଅଧିକ ଲୋକ ରହୁଥିବାରୁ ପୂର୍ବରୁ ଏହି କୋଠାକୁ ପୌରପାଳିକା ପକ୍ଷରୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା। ଏହି କୋଠାଟି ୧୯୮୪ରେ ନିର୍ମାଣ ହୋଇଥିଲାବେଳେ ଏଠାରେ ୨୧ ପରିବାର ବସବାସ କରୁଥିଲେ।

ବିଲଡିଂ ଭୁଶୁଡ଼ିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି।

ଏହି ଦୁର୍ଘଟଣା ସକାଳ ପ୍ରାୟ ୩.୪୦ ସମୟରେ ଘଟିଛି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ସୁଚନା ଦେଇଛନ୍ତି।

Comments are closed.