Odisha Link
Bridging the Missing Links in Odisha

ଆଜମଗଡ଼ରେ ତାଲିମ ବିମାନ ଦୁର୍ଘଟଣାରେ ପାଇଲଟ୍ ମୃତ

ଲକ୍ଷ୍ନୌ: ଆଜି ଲିମ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହା ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲା ସରାଇମିର ଥାନା ଅନ୍ତର୍ଗତ ସେଣ୍ଟର୍‌ୱା ଖୈରୁଦ୍ଦିନପୁର ଅଞ୍ଚଳ ନିକଟରେ ଏହି ଦୁର୍ଘଟଣାଟି ଘଟିିଛି । ଦୁର୍ଘଟଣାରେ ବିମାନର ପାଇଲଟ୍‌ଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

ପାଇଲଟ୍‌ମାନଙ୍କୁ ତାଲିମ ଦେବାରେ ବ୍ୟବହୃତ ଏହି ବିମାନଟି ପୂର୍ବାହ୍ନ ପ୍ରାୟ ୧୧.୩୦ରେ ହଠାତ୍ ଆକାଶରୁ ଖସି ବିଲରେ ପଡ଼ିଯାଇଥିଲା। ବିଲରେ ପଡ଼ିବା ପରେ ବିମାନଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଏହା ଆମେଠିସ୍ଥିତ କେନ୍ଦ୍ର ସରକାରଙ୍କ ପରିଚାଳିତ ବିମାନ ଉଡ଼ାଣ ତାଲିମ ପ୍ରତିଷ୍ଠାନ ‘ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ଉଡ଼ାଣ ଏକାଡେମି’ର ବିମାନ।

ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍ ଭାଗୀଶ ଶୁକ୍ଲା କହିଛନ୍ତି ଯେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଏବଂ ଘଟଣାରେ ଜଣଙ୍କର ମୃତ୍ୟୁ ସମ୍ପର୍କରେ ଗାଁ ମୁଖିଆ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ପୁଲିସ ଓ ବରିଷ୍ଠ ସରକାରୀ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଥିଲେ ଏବଂ ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ବିମାନର ଭଗ୍ନାଂଶ ହଟାଯାଇ ପାଇଲଟ୍‌ଙ୍କ ଶବ ବାହାର କରାଯାଇଥିବା କଥା ଆଜମଗଡ଼ ପୁଲିସ କହିଛି। ପାଇଲଟ୍‌ଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରାଯାଉଛି।

 

Comments are closed.