Odisha Link
Bridging the Missing Links in Odisha

କରୋନା: ଦେଶରେ ୮୬୫୦୮ ନୂଆ ଆକ୍ରାନ୍ତ; ୧,୧୨୯ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା । ଗତ ୨୪ ଘଣ୍ଟାରେ ୮୬ ହଜାର୫୦୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ଲକ୍ଷ ୩୨ ହଜାର ୫୧୮ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧୧୨୯ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି।

ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୯୧ ହଜାର ୧୪୯ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୯ ଲକ୍ଷ ୬୬ ହଜାର ୩୮୨ ଜଣ ସକ୍ରିୟ ରୋଗୀ ଥିବାବେଳେ ୪୬ ଲକ୍ଷ ୭୪ ହଜାର ୯୮୭ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.