ହାଜର ହେଲେ ସିମୋନ ଖମ୍ବାଟା

ନୂଆଦିଲ୍ଲୀ: ଆଜି ଏନସିବି ରାକୁଲପ୍ରୀତ ଓ ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟାକୁ ପଚରାଉଚରା ପାଇଁ ଡକାଯାଇଛି। ଏହାସହ ଆଗକୁ ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର,ଦୀପିକା ପାଦୁକୋନଙ୍କୁ ମଧ୍ୟ ପଚରାଉଚରା କରାଯିବ। ରାକୁଲପ୍ରୀତଙ୍କୁ ଏନସିବିର କୌଣସି ସମନ ମିଳିନଥିବା ସେ କହିଛନ୍ତି। ଏହି କାରଣରୁ ସେ ଆଜି ପଚରାଉଚରା ପାଇଁ ବ୍ୟୁରୋ କାର୍ଯ୍ୟାଳୟକୁ ଆସିବେ ନାହିଁ। ଏହାସହ ସେ ବାହାନା କରୁଛନ୍ତି ବୋଲି ଏନସିବିଙ୍କ ସୂତ୍ରରୁ ପ୍ରକାଶ ପାଇଛି। ସେହିପରି ଏନସିବିର କାର୍ଯ୍ୟାଳୟରେ ପଚରାଉଚରା ପାଇଁ ସିମୋନ ଖମ୍ବାଟା ପହଞ୍ଚିସାରିଛନ୍ତି।
ପ୍ରକାଶ ଯେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ଡକାଇ ପଚରାଉଚରା କରିଥିଲା। ଦୀପିକା ଖୋଲାଖୋଲି ଭାବେ କରିଶ୍ମାଙ୍କ ସହ ଟ୍ରଗ୍ସକୁ ନେଇ ହ୍ବାଟ୍ସଆପ୍ ଚାର୍ଟ କରିଥିବା ଏନସିବି ଜାଣିବାକୁ ପାଇଥିଳା। ଦୀପିକା ତାଙ୍କ ମ୍ୟାନେଜର କରିଶ୍ମାଙ୍କୁ ମାଲ୍ ଅଛି କି ନାହିଁ ବୋଲି ଚାର୍ଟରେ ପଚାରିଛନ୍ତି ଏବଂ ଗଞ୍ଜେଇ ନୁହେଁ ଡ୍ରଗ୍ସ ଅଛି କି ନାହିଁ ବୋଲି ପଚାରିଥିବା ଜଣାପଡିଥିଲା।
Comments are closed.