ଉପନିର୍ବାଚନ ପୂର୍ବରୁ ତିର୍ତ୍ତୋଲକୁ ଭେଟି

ଭୁବନେଶ୍ୱର: ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବ ତିର୍ତ୍ତୋଲ ଉପନିର୍ବାଚନ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଛି କସରତ। ଉପନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ତିର୍ତ୍ତୋଲକୁ ଭେଟି ଦିଆଯାଇଛି। ତିର୍ତ୍ତୋଲରେ ମହାନଦୀ ଉପରେ ସେତୁ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ତିର୍ତ୍ତୋଲ-ପୋଷଳ ଶଙ୍ଖେଶ୍ୱର ରାସ୍ତାର ମହାନଦୀରେ ସେତୁ ନିର୍ମାଣ ହେବ। ୮୮୮.୮୯ ମିଟର ଦୀର୍ଘ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସେତୁ ନିର୍ମାଣ ପାଇଁ ୧୧୮.୫୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏନେଇ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ସେତୁ ନିର୍ମାଣ ଦ୍ୱାରା ୫୦ ହଜାର ଲୋକ ଉପକୃତ ହେବେ। ପ୍ରକାଶ ଯେ, ଆଜି ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ।
ପ୍ରକାଶ ଯେ, ଆଜି ଘୋଷଣା ହୋଇପାରେ ବିହାର ବିଧାନସଭା ନିର୍ବାଚନର ତାରିଖ। ଏହାସହ ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନର ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ। ତିର୍ତୋଲରୁ ବିଷ୍ଣୁ ଦାସ ଓ ବାଲେଶ୍ୱର ସଦରରୁ ମଦନମୋହନ ଦତଙ୍କ ପରଲୋକ ଯୋଗୁଁ ଏଠାରେ ଉପନିର୍ବାଚନ ହେଉଛି। ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ଏପରିକି ବାଲେଶ୍ୱର ସଦର ଆସନକୁ ବିଜେପିଠାରୁ ବିଜେଡି ଛଡାଇଆଣିବ ବୋଲି ରଣନୀତି ତିଆରି କରୁଛି।
Comments are closed.