Odisha Link
Bridging the Missing Links in Odisha

ଘୋଷଣା ହେଲା ବିହାର ନିର୍ବାଚନ ତାରିଖ

ନୂଆଦିଲ୍ଳୀ: ବିହାର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରାଯାଇଛି। ୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ। ଅକ୍ଟୋବର ୨୮, ନଭେମ୍ବର ୩ ଓ ନଭେମ୍ବର ୭ରେ ଭୋଟ ଗ୍ରହଣ କରାଯିବ।ନଭେମ୍ବର ୧୦ରେ ହେବ ବିହାର ବିଧାନସଭା ଭୋଟ ଗଣତି। ଗୋଟିଏ ବୁଥରେ କେବଳ ଏକ ହଜାର ମତଦାନ କରିପାରିବେ। କରୋନା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ। ନିର୍ବାଚନରେ ୪୬ ଲକ୍ଷ ମାସ୍କ, ୬ ଲକ୍ଷ ପିପିଇ କିଟ୍, ୬ ଲକ୍ଷ ଫେସ୍ ସିଲ୍ଡ ବ୍ୟବହାର କରାଯିବ। ୭ ଲକ୍ଷ ହ୍ୟାଣ୍ଡ ସାନିଟାଇଜର୍ସର ବ୍ୟବହାର ହେବ।

 

ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରୋ ସୂଚନା ଦେଇଛନ୍ତି। ସୁନୀଲଙ୍କ ସୂଚନା ଅନୁଯାୟୀ ନିର୍ବାଚନରେ କରୋନା ଆକ୍ରାନ୍ତ ବି ଭୋଟ ଦେଇପାରିବେ। ଭୋଟ ଗ୍ରହଣ ଶେଷ ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥା ସହ ସେମାନେ ଭୋଟ ଦେବେ। ଭୋଟ ଗ୍ରହଣ ସମୟ ସୀମା ବି ୧ ଘଣ୍ଟା ବୃଦ୍ଧି ନେଇ ଶ୍ରୀ ଆରୋରୋ ଘୋଷଣା କରିଛନ୍ତି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ପ୍ରାର୍ଥୀମାନେ ଅନଲାଇନରେ ପ୍ରାର୍ଥିପତ୍ର ଦାଖଲ କରିବେ। ପ୍ରାର୍ଥିପତ୍ର ଓ ସତ୍ୟପାଠ ଅନଲାଇନରେ ଦାଖଲ କରାଯିବ। ନିର୍ବାଚନ ପ୍ରଚାରରେ ମାତ୍ର ୨ଟି ଗାଡ଼ି ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଘରକୁ ଘର ବୁଲିସ ପ୍ରଚାରରେ ପ୍ରାର୍ଥୀଙ୍କୁ ମିଶାଇ ୫ ଜଣ ରହିପାରିବେ। ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସବୁ ବୁଥ ଗ୍ରାଉଣ୍ଡ ଫ୍ଲୋରରେ କରାଯିବ। 

ପ୍ରକାଶ ଯେ, ଆଜି ଦିନ ସାଢ଼େ ୧୨ଟାରେ ନିର୍ବାଚନ କମିଶନ ପ୍ରେସମିଟ କରିବାର ଯୋଜନା ରହିଛି। ବିହାର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହୋଇପାରେ। ଏହାସହ ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନର ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ। ଆଜି ଦିନ ୧୨ଟା ୩୦ରେ ଦିଲ୍ଲୀରେ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ ଡାରିଛନ୍ତି। ଆଶା କରାଯାଉଛି, ଏଠାରେ ତାରିଖ ଘୋଷଣା ହୋଇପାରେ , ତିର୍ତୋଲରୁ ବିଷ୍ଣୁ ଦାସ ଓ ବାଲେଶ୍ୱର ସଦରରୁ ମଦନମୋହନ ଦତଙ୍କ ପରଲୋକ ଯୋଗୁଁ ଏଠାରେ ଉପନିର୍ବାଚନ ହେଉଛି ।

ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ଏପରିକି ବାଲେଶ୍ୱର ସଦର ଆସନକୁ ବିଜେପିଠାରୁ ବିଜେଡି ଛଡାଇଆଣିବ ବୋଲି ରଣନୀତି ତିଆରି କରୁଛି। ଏହାରି ଭିତରେ ଆଜି ନିର୍ବାଚନ କମିଶନଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି। ସେପଟେ ବିହାର ବିଧାନସଭାର ତାରିଖ ବି ଆଜି ଘୋଷଣା ହୋଇପାରେ। ଏଥର ୩ଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ହୋଇପାରେ ଓ ଦୀପାବଳି ପୂର୍ବରୁ ନୂଆ ବିଧାନସଭା ଗଠନ ହୋଇପାରେ।

Comments are closed.