Odisha Link
Bridging the Missing Links in Odisha

ଉପନିର୍ବାଚନ: ଅନଲାଇନରେ ହେବ ପ୍ରାର୍ଥିପତ୍ର ଦାଖଲ

ନୂଆଦିଲ୍ଲୀ: ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରୋ ସୂଚନା ଦେଇଛନ୍ତି। ସୁନୀଲଙ୍କ ସୂଚନା ଅନୁଯାୟୀ ନିର୍ବାଚନରେ କରୋନା ଆକ୍ରାନ୍ତ ବି ଭୋଟ ଦେଇପାରିବେ। ଭୋଟ ଗ୍ରହଣ ଶେଷ ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥା ସହ ସେମାନେ ଭୋଟ ଦେବେ। ଭୋଟ ଗ୍ରହଣ ସମୟ ସୀମା ବି ୧ ଘଣ୍ଟା ବୃଦ୍ଧି ନେଇ ଶ୍ରୀ ଆରୋରୋ ଘୋଷଣା କରିଛନ୍ତି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ପ୍ରାର୍ଥୀମାନେ ଅନଲାଇନରେ ପ୍ରାର୍ଥିପତ୍ର ଦାଖଲ କରିବେ। ପ୍ରାର୍ଥିପତ୍ର ଓ ସତ୍ୟପାଠ ଅନଲାଇନରେ ଦାଖଲ କରାଯିବ। ନିର୍ବାଚନ ପ୍ରଚାରରେ ମାତ୍ର ୨ଟି ଗାଡ଼ି ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଘରକୁ ଘର ବୁଲିସ ପ୍ରଚାରରେ ପ୍ରାର୍ଥୀଙ୍କୁ ମିଶାଇ ୫ ଜଣ ରହିପାରିବେ। ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସବୁ ବୁଥ ଗ୍ରାଉଣ୍ଡ ଫ୍ଲୋରରେ କରାଯିବ।

Comments are closed.