Odisha Link
Bridging the Missing Links in Odisha

ପହିଲାରୁ ଖୋଲିବ ଭିତରକନିକା ଅଭୟାରଣ୍ୟ

ଭୁବନେଶ୍ବର: କରୋନା କାଳରେ ଦୀର୍ଘ ୭ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ମାସ ପହିଲାରୁ ଖୋଲିବାକୁ ଯାଉଛି ଭିତରକନିକା ଅଭୟାରଣ୍ୟ। ତେବେ ଏନେଇ କିଛି କଟକଣା ମଧ୍ୟ ରହିଛି। କରୋନା କଟକଣା କାରଣରୁ ଦିନରେ ପର୍ଯ୍ୟଟକଙ୍କୁ ଏଠାକୁ ପ୍ରବେଶ ଅନୁମତି ମିଳିବନି।

କେବଳ ଡାଙ୍ଗମାଳ ଅଞ୍ଚଳରେ ରାତ୍ରି ଯାପନ ପାଇଁ ଇଛୁକ ଥିବା ପର୍ଯ୍ୟଟକଙ୍କୁ ଏଥିପାଇଁ ମିଳିବ ଅନୁମତି। ଡାଙ୍ଗମାଳ ଅଞ୍ଚଳରେ ଥିବା ୧୩ଟି କୁଟୀର ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଇକୋ ଟୁରିଜିମ୍ ଓଡିଶା ଡଟ୍ କମ୍ ୱେବସାଇଟରେ ଅନଲାଇନରେ ପର୍ଯ୍ୟଟକ ରୁମ୍ ବୁକ୍ କରିପାରିବେ। ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.