Odisha Link
Bridging the Missing Links in Odisha

ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ୨୦୦ ପ୍ରତିଶତ ହତ୍ୟା: ଓକିଲ ବିକାଶ ସିଂଙ୍କ ଦାବି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ରହସ୍ୟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହା ଭିତରେରେ ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦାବି କରିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ। ସୁଶାନ୍ତଙ୍କୁ ଗଳା ଚିପି ହତ୍ୟା କରାଯାଇଛି ଓ ଏହା ୨୦୦ ପ୍ରତଶତ ହତ୍ୟା ଅଟେ। ହତ୍ୟା ବୋଲି ଏମ୍‌ସ ଡାକ୍ତର ସ୍ପଷ୍ଟ କରିଛନ୍ତି ବୋଲି ଓକିଲ ସିଂହ ଦାବି କରିଛନ୍ତି। ବିକାଶ ସିଂ କହିଛନ୍ତି ଯେ, ଏମ୍‌ସର ଡାକ୍ତରୀ ଟିମ୍‌ର ଜଣେ ଡାକ୍ତର ମୁଁ ପଠାଇଥିବା ଫଟୋ ଦେଖି କହିଥିଲେ କି ଏହା ୨୦୦ ପ୍ରତିଶତ ହତ୍ୟା ମାମଲା।

ମାତ୍ର ଏମ୍‌ସ ଡାକ୍ତରୀ ଦଳର ମୁଖ୍ୟ ଡକ୍ଟର ସୁଧୀର ଗୁପ୍ତା କିନ୍ତୁ ଓକିଲ ବିକାଶ ସିଂଙ୍କ ଦାବିକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ, ତଦନ୍ତ ଏଯାଏଁ ଜାରି ରହିଛି। ଏମ୍‌ସର ଏକ ଡାକ୍ତରୀ ପ୍ୟାନେଲ୍‌ ସୁଶାନ୍ତଙ୍କ ବ୍ୟବଚ୍ଛେଦ ଓ ଭିସେରା ନମୁନାକୁ ନେଇ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ବୋଲି ଜାଣିବାକୁ ଯାଞ୍ଚ ଜାରି ରଖିଛନ୍ତି। କେବଳ ଲିଚର ମାର୍କ ଏବଂ ଅପରାଧର ଦୃଶ୍ୟକୁ ଆଧାର କରି ଆମେ ହତ୍ୟା କିମ୍ବା ଆତ୍ମହତ୍ୟା ବିଷୟରେ ସିଦ୍ଧାନ୍ତ ନେଇ ପାରିବୁ ନାହିଁ।

Comments are closed.