ରାଜ୍ୟରେ ଚାଷୀ ଆନ୍ଦୋଳନ

ଭୁବନେଶ୍ବର: କୃଷି ବିଲ୍କୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଛି। ଏହା ସହିତ ଭୁବନେଶ୍ବର ଏଜି ଛକରେ ରାଷ୍ଟ୍ରୀୟ କିଷାନ ମଜଦୁର ସଂଘର ବିକ୍ଷୋଭ ଜାରି ରହିଛି। କିଛି ଆନ୍ଦୋଳନ କାରି ଲୋକସେବା ଭବନକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଉଠାଇ ନେଲା ପୋଲିସ। କୃଷି ଭବନ ଘେରାଉ ଉଦ୍ୟମ ବେଳେ ନବନିର୍ମାଣ କୃଷ ସଂଗଠନ ସଦ୍ୟସ ଅଟକ ରଖା ଯାଇଛି। ଏହା ସହିିତ କଟକରେ ନଗର ଯୁବ କଂଗ୍ରେସ ଓ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ ଜାରି ରହିଛି। ବାଲିକୁଦାରେ ବିକ୍ଷୋଭ ବେଳେ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ପୋଲିସ। ଅନ୍ୟପଟେ ବାଲେଶ୍ବର ରେମୁଣାରେ ଚାଷୀଙ୍କ ଏନଏଚ-୧୬ ଅବରୋଧ କରିଛନ୍ତି।
Comments are closed.