Odisha Link
Bridging the Missing Links in Odisha

ପୁରୀ ଓ କୋଣାର୍କକୁ ଗଡ଼ିଲା ମୋ ବସ୍

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ବରରୁ ପୁରୀ ଓ କୋଣାର୍କକୁ ଗଡ଼ିଛି ମୋ ବସ୍। ପ୍ରଥମ ପର୍ଯ୍ୟାୟରେ ଦୁଇଟି ମୋ ବସ୍ ଗଡିଛି। ସକାଳ ୬ଟା ୩୦ ମିନିଟରୁ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଛାଡିଥିଲା ପ୍ରଥମ ବସ୍ ସେହିଭଳି ଦ୍ବିତୀୟ ବସଟି ସକାଳ ୬ଟା ୪୦ ମିନିଟରୁ କୋଣାର୍କ ଅଭିମୁଖେ ବାହାରିଥିଲା ଆଉ ଏକ ବସ୍।

ଭୁବନେଶ୍ବରରୁ ପୁରୀକୁ ୭୦ଟଙ୍କା ଓ କୋଣାର୍କକୁ ୬୦ଟଙ୍କା ଟିକେଟର ଦାମ ରଖାଯାଇଛି। ସଂକ୍ରମଣ ଦୃଷ୍ଟିରୁ ମୋ ବସରେ ନିୟମିତ କରାଯାଉଛି ବିଶୋଧନ। ବିନା ମାସ୍କରେ ଯାତ୍ରୀଙ୍କୁ ବସରେ ଚଢିବାକୁ ମନା କରାଯାଉଛି। ୫୦ ନମ୍ବର ରୁଟ ମାଷ୍ଟରକ୍ୟାଣ୍ଟିନ, ରାଜ୍ୟ ସଂଗ୍ରହାଳୟ, ରବି ଟକିଜ, ଧଉଳି ଛକ, ଉତ୍ତରା ଛକ, ପିପିଲି ବାଇପାସ, ମାଳୀପାଟପୁର ଓ ପୁରୀରେ ରହିବ। ଠିକ ସେହିପରି ୭୦ ନମ୍ବର ରୁଟର ସମସ୍ତ ମୁଖ୍ୟ ବସଷ୍ଟପ ଦେଇ ମୋ ବସ ଯାତ୍ରା କରିବ। ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଅସଂଖ୍ୟ ପର୍ଯ୍ୟଟକ ସମେତ ରାଜଧାନୀରୁ ପ୍ରତିଦିନ ଯାତାୟତ କରୁଥିବା ଲୋକେ ଏହାଦ୍ୱାରା ଅଧିକ ଲାଭବାନ ହେବେ ବୋଲି ବୋଲି କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି।

Comments are closed.