Odisha Link
Bridging the Missing Links in Odisha

ସୁଶାନ୍ତ ସିଂ ମୃତ୍ୟୁ ନେଇ ଏମ୍ସ ରିପୋର୍ଟରେ ବଡ ଖୁଲାସା, ଶରୀରରେ ମିଳିଲା ନାହିଁ ବିଷ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏମ୍ସର ଫରେନସିକ୍ ଟିମ୍ ଓ ସିଏଫଏସଏଲଙ୍କ ଏକ୍ସପର୍ଟଙ୍କ ମଧ୍ୟରେ କିଛି ଦିନ ତଳେ ଏକ ବୈଠକ ବସିଥିଲା। ଏମ୍ସ ତରଫରୁ କରାଯାଉଥିବା ଫରେନସିକ ତଦନ୍ତ ରିପୋର୍ଟ ସିବିଆଇ ନିକଟରେ ଦାଖଲ କରାଯାଇଛି। ଏବେ ଏହି ଭିସେରା ରିପୋର୍ଟ ସାମ୍ନାକୁ ଆସିଛି। ଭିସେରା ରିପୋର୍ଟ ମୁତାବକ, ସୁଶାନ୍ତଙ୍କୁ ବିଷ ଦିଆଯାଇ ନଥିଲା। ଏମ୍ସ ଡାକ୍ତରମାନେ ସୁଶାନ୍ତଙ୍କ ଶରୀରରେ କୌଣସି ବିଷ ପାଇ ନାହାନ୍ତି।

ଏମ୍ସ ରିପୋର୍ଟ ସିବିଆଇ ଯାଞ୍ଚଠୁ ଭିନ୍ନ ନୁହେଁ। ତେବେ କପୁର୍ ହସ୍ପିଟାଲର ଡାକ୍ତରମାନଙ୍କୁ ସମ୍ପୂର୍ଣ୍ଣ କ୍ଲିନ୍ ଚିଟ୍ ଦିଆଯାଇ ନାହିଁ। କପୁର୍ ହସ୍ପିଟାଲର ରିପୋର୍ଟକୁ ଆହୁରି ତନାଘନା କରିବାର ଆବଶ୍ୟକ ରହିଛି ବୋଲି କୁହାଯାଇଛି। କପୁର୍ ହସ୍ପିଟାଲ୍ ଏବେବି ପ୍ରଶ୍ନ ଘେରରେ ରହିଛି। ଏମ୍ସ ରିପୋର୍ଟ ଇଙ୍ଗିତ କରିଛି ଯେ, ସୁଶାନ୍ତଙ୍କ ମାମଲାରେ କପୁର୍ ହସ୍ପିଟାଲ୍ ଅବହେଳା କରିଥିଲା। କପୁର୍ ହସ୍ପିଟାଲର ଡାକ୍ତରମାନେ ସୁଶାନ୍ତଙ୍କ ଅଟୋପ୍ସି କରିଥିଲେ ଓ ଏନେଇ ଅନେକ ପ୍ରଶ୍ନ ଉଠିଥିଲା। ରିପୋର୍ଟରେ ସୁଶାନ୍ତଙ୍କ ଗଳାରେ ଥିବା ଚିହ୍ନ ନେଇ କିଛି ଉଲ୍ଲେଖ କରାଯାଇନଥିଲା। ସେଥିରେ ସୁଶାନ୍ତଙ୍କ ମୃତ୍ୟୁର ସମୟ ବିଷୟରେ ମଧ୍ୟ କୁହାଯାଇ ନଥିଲା।

Comments are closed.