Odisha Link
Bridging the Missing Links in Odisha

ବିଧାନସଭାରେ ପାରିତ ହେଲା ସଂକ୍ରାମକ ରୋଗ ବିଲ୍ ୨୦୨୦

ଭୁବନେଶ୍ବର: ବିଧାନସଭାରେ ପାରିତ ହେଲା ସଂକ୍ରାମକ ରୋଗ ବିଲ୍ ୨୦୨୦। ବିରୋଧୀଙ୍କ ବିରୋଧ ସତ୍ୱେ ଏହି ବିଲ୍ ବିଧାନସଭାରେ ପାରିତ ହୋଇଛି। ଏହି ବିଲ ଅନୁଯାୟୀ କୋଭିଡ ନିୟମ ଉଲଂଘନ କଲେ ୧ଲକ୍ଷ ଟଙ୍କା ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା ରହିଛି।

ବିଲ୍ ପାରିତ ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନିଜ ପ୍ରତିକ୍ରୟା ରଖିଛନ୍ତି। ଏହି ବିଲକୁ କଳା ବିଲ ବୋଲି କହିଛନ୍ତି ତାରା ବାହିନୀପତି। ଏହି ବିଲ ଆଣିବାର ଉଦେଶ୍ୟ ବିଧାୟକଙ୍କୁ ଜେଲରେ ରଖିବା ଓ ସାଧାରଣ ଲୋକଙ୍କୁ ୧ ଲକ୍ଷ ଯାଏ ଫାଇନ ପକାଇବା। ରାଜନୈତିକ ଲୋକଙ୍କୁ ଜେଲରେ ଭର୍ତ୍ତି କରି ସରକାର ବାହା ବାହା ନେବାକୁ ପ୍ରୟାସ କରୁଛନ୍ତି।

ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି ଯେଉଁ ଆଇନ ଥିଲା ଯଥେଷ୍ଟ ଥିଲା। ପୋଲିସ ଠିକ୍ କାମ କରିଥିଲେ ଅସୁବିଧା ନଥାନ୍ତା। ବିରୋଧୀଙ୍କୁ ଆୟତ୍ତ କରିବାକୁ ଏହି ବିଲ୍ ଆଣିଛନ୍ତି ସରକାର। ବିରୋଧୀ କର୍ମକର୍ତ୍ତା ଙ୍କୁ ଅତ୍ୟାଚାର କରିବାକୁ ଉଦ୍ୟମ କରାଯାଇଛି। ରୋଗକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ସରକାର। ଏହି ବିଲ ପାସ କରି ବିରୋଧୀଙ୍କୁ ୨ ବର୍ଷ ସଜା ଦେଇ ଦଣ୍ଡିତ କରିବାକୁ ପ୍ରୟାସ କରାଯାଉଛି।

Comments are closed.